Site icon Awaj Media

ଇଲେକ୍ଟ୍ରୋନିସ ହାଉସରେ ଅଗ୍ନିକାଣ୍ଡ : ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଇଲେକ୍ଟ୍ରୋନିକସ ହାଉସ ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କୋଟିଏ ଟଙ୍କା ର ଧନ ସମ୍ପତି ! ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ନୟାଗଡ଼ ଓଡ଼ଗାଁ ରାସ୍ତା ରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସ ରେ ! ସୂଚନା ଅନୁସାରେ ନୟାଗଡ଼ ଓଡ଼ଗାଁ ରାସ୍ତା ରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସମ୍ମୁଖରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସ ରେ ବିଳମ୍ବିତ ରାତି ପ୍ରାୟ ସାଢେ 3ଟା ସମୟ ରେ ସଟସର୍କିଟ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ! ଖବର ପାଇ ସୋରୁମ ର ମାଲିକ ମିଲୁ ମହାପାତ୍ର ଓ ତାଙ୍କ ପରିବାର ଲୋକ ଘଟଣାସ୍ଥଳ ରେ ପହଞ୍ଚି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ! ନୟାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଅଢେଇ ଘଣ୍ଟା ପରେ ଲାଗିଥିବା ନିଆଁ କୁ ଆୟତ କରିଥିଲେ, ତେବେ ସୋରୁମ ଥିବା ସମସ୍ତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି, କୋଟିଏ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିବା ନେଇ ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି !

Exit mobile version