Site icon Awaj Media

ଶକ୍ତିଶାଳୀ ହେଉଛି ନୟାଗଡ ବିଜେଡି : ଇକିରି ପଞ୍ଚାୟତ ବିଜେପି ନେତା ଓ କର୍ମୀ ବିଜେଡିରେ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ଦିନକୁ ଦିନ ଶକ୍ତିଶାଳୀ ହେଉଛି । ବିରୋଧି ଦଳର ଅନ୍ତକନ୍ଦଳ ପାଇଁ ପ୍ରମୂଖ ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୂଳକ ଚିନ୍ତାଧାରାକୁ ନେଇ ବିରୋଧି ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ନୟାଗଡ଼ ବ୍ଲକ ଇକିରି ପଞ୍ଚାୟତର ପ୍ରମୂଖ ବିରୋଧି ନେତୃତ୍ୱ ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି । ଇକିରି ପଞ୍ଚାୟତ ପ୍ରମୂଖ ନେତା ସୁଶାନ୍ତ କୁମାର ଦାସ ଏବଂ ୩୯ ଜଣ କର୍ମୀ ବିଜେଡିରେ ମିଶିଛନ୍ତି । ସେମାନଙ୍କ ମଧ୍ୟରେ ସୁଦର୍ଶନ ପ୍ରଧାନ, ସୁରେଶ କୁମାର ବେହେରା, ଶ୍ୟାମ ସୁନ୍ଦର ପରିଡା, ଲକ୍ଷ୍ମୀଧର ମହାନ୍ତି, କୈଳାସ ଦାସ, ଲୋଚନ ଦାସ, ନିରଞ୍ଜନ ମାଝି, ଜିତେନ୍ଦ୍ର ପ୍ରଧାନ, ଜୟକୃଷ୍ଣ ବେହେରା, ଜୟ ପାତ୍ର, ଗୌରାଙ୍ଗ ମହାନ୍ତି, ମାଧବ ବେହେରା, କଣ୍ଡୁରି ପରିଡା, ମାନ ପରିଡା, ରମେଶ ନାୟକ, ମହେଶ୍ୱର ଦାସ, ବିକ୍ରମ ବେହେରା, ନିଳକଣ୍ଠ ମହାନ୍ତି, ଅଶ୍ୱିନ କୁମାର ପ୍ରଧାନ, ନିରଞ୍ଜନ ପ୍ରଧାନ, ମାଟିଆ ପ୍ରଧାନ, ସୁଧା ପ୍ରଧାନ, ପଦିଆ ପ୍ରଧାନ, କାହ୍ନା ବେହେରା, ସନାତନ ଯେନା, ରମେଶ ବେହେରା, ନବକିଶୋର ନାୟକ, ଭିକାରୀ ବେହେରା, ଅର୍ଜୁନ ପରିଡା, ଦୋଳଗୋବିନ୍ଦ ପରିଡା, ଶ୍ରୀଧର ଦାସ, ଦିନବନ୍ଧୁ ପରିଡା, ରାମଚନ୍ଦ୍ର ନାୟକ, ଟିକି ଦାସ, ପୁରନ୍ଦର ବେହେରା, ଉପେନ୍ଦ୍ର ବେହେରା, ଚନ୍ଦ୍ର ବେହେରା, ଭୁବନ ସେଠୀ, ବାଟି ସେଠୀ ପ୍ରମୂଖ ରହିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଦଳୀୟ ଉତ୍ତରୀୟ ଦେଇ ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣସିଂ, ମାନସ ରଞ୍ଜନ ଦାଶ ପ୍ରମୂଖ ଉପସ୍ଥିତ ରହିଥିଲେ ।

Exit mobile version