Site icon Awaj Media

ମା ଗର୍ଭରୁ ଜନ୍ମ ନେଲେ ତିନୋଟି ସନ୍ତାନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ଏକ ବିରଳ ଘଟଣା । ଜଣେ ମା ଗର୍ଭରୁ ଏକ କାଳୀନ ଭାବେ ଜନ୍ମ ନେଲେ ତିନୋଟି ସନ୍ତାନ ! ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଥର ପାଇଁ ତିନୋଟି ଶିଶୁ , ଗୋଟିଏ ମା ପେଟରୁ ଜନ୍ମ ନେଇଥିବା ବେଳେ ଛୁଆ ଓ ମା ସୁସ୍ଥ ଥିବା ଜଣାପଡିଛି l ଖବର ମୁତାବକ ଆଙ୍କୁଲା ପଞ୍ଚାୟତର କାଲୁରୀ ଗ୍ରାମର ମାଧବ ସୁନ୍ଦରାୟଙ୍କ ଧର୍ମପତ୍ନୀ କୁମାର ସୁନ୍ଦରାୟଙ୍କ ଗର୍ଭରୁ ତିନୋଟି ଶିଶୁ ଜନ୍ମ ନେଇଛନ୍ତି l ତେବେ ତିନୋଟି ଶିଶୁ ସମେତ ମା ସୁରକ୍ଷିତ ଥିବା ବେଳେ ଗ୍ରାମରେ ଖବର ପାଇ ଖୁସିର ଲହରୀ ଖେଳିଯାଇଛି l ତିନୋଟି ସନ୍ତାନ ଙ୍କୁ ଦେଖିବା ପାଇଁ ଦେଖିବା ପାଇଁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗି ଥିବାର ଦେଖିବାକୁ ମିଳିଥିଲା l

Exit mobile version