Site icon Awaj Media

ଡ୍ରୋନ କ୍ୟାମେରା ନଜରରେ ଚିଲିକା ରେ ବିଦେଶୀ ଅତିଥି ପକ୍ଷୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୀତ ଋତୁର ଆଗମନରେ ମରାଳ ନୀଳାମ୍ବୁ ଚିଲିକା ରେ ବିଦେଶାଗତ ପକ୍ଷୀ । ଚିଲିକା ରେ ପକ୍ଷୀ ଶିକାର ରୋକିବା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଚଳିତ ବର୍ଷ ପ୍ରଥମ ଥର କରି ଡ୍ରୋନ କ୍ୟାମେରା ଦ୍ଵାରା ପକ୍ଷୀ ଙ୍କ ଉପରେ ରଖୁଛି ନଜର ! ଏହି ଶୀତ ଦିନରେ ହଜାର ହଜାର ମାଇଲ ଦୂରରୁ ଏଠାକୁ ଛୁଟୁଛନ୍ତି ବହୁ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ ! ଏହାରି ଭିତରେ ସୁଦୂର ସାଇବେରିଆ, ମଙ୍ଗୋଲିଆ, ଇରାନ, ରୁଷିଆ ଓ ଅଷ୍ଟ୍ରେଲିଆ ପ୍ରଭୁତି ଦେଶମାନଙ୍କ ରୁ ବିଭିନ୍ନ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ପ୍ରଜାତିର ପକ୍ଷୀ ସୋଭଲର, ନର୍ଦ୍ଧନ, ପିଣ୍ଟେଲ, ଗଡୱିଟ, କମନ କୁଟ, ପିଣ୍ଟେଲ, ବଡ଼ୱେଲ, ଫ୍ଲେମିଗୋ, ଗଡୱାଲ, ବ୍ଲାକଟେଲ ଭଳି ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ମାନଙ୍କର ସମାଗମ ହେଵା ଆରମ୍ଭ ହୋଇଥାଏ ! ଚିଲିକା ର ବିଭିନ୍ନ ଅଞ୍ଚଳ ରେ ଏହି ବିଦେଶୀ ପକ୍ଷୀ ଙ୍କ ହେଉଛି ସମାଗମ ! ଆଉ ଏଠାରେ ନୀଳ ଜଳ ରାଶିରେ ଘୁରି ବୁଲୁଛନ୍ତି ଏହି ପକ୍ଷୀମାନେ ! ହେଲେ ଚିଲିକା ରେ ପ୍ରତି ବର୍ଷ ପକ୍ଷୀ ଶିକାରୀ ମାନେ ନିରୀହ ପକ୍ଷୀ ମାନଙ୍କୁ ଶିକାର କରୁ ଥିବାର ଦେଖିବାକୁ ମିଳୁଛି ! ଏହି ପକ୍ଷୀ ଶିକାର ରୋକିବା ପାଇଁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ସ୍ଥାୟୀ ଓ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଗଠନ କରିଥିବା ସହିତ ୨୪ ଘଣ୍ଟିଆ କଡା ପେଟ୍ରୋଲିଙ୍ଗ ମଧ୍ୟ ଦିନ ରାତି ଜାରି ରଖିଛି ! ଆଉ ଏହି ଶିକାରୀ ମାନଙ୍କୁ ଧରିବା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ନୂଆ ଢଙ୍ଗରେ ଚଳିତ ବର୍ଷ ଡ୍ରୋନ କ୍ୟାମେରା ସାହାଯ୍ୟ ରେ ପକ୍ଷୀ ଙ୍କ ଉପରେ ରଖୁଛି ତୀକ୍ଷ୍ଣ ନଜର ! ଏହି ନୂତନ ଶୈଳୀ ରେ ପକ୍ଷୀଙ୍କ ସୁରକ୍ଷା ପାଇଁ ଯେଉଁ ସବୁ କାର୍ଯ୍ୟ କରାଯାଉଛି, ଯାହାକି ପର୍ଯ୍ୟଟକ ଓ ବୁଦ୍ଧିଜୀବୀ ମହଲରେ ଖୁସି ବ୍ୟକ୍ତ କରିବା ସହିତ ଚିଲିକା ବନ୍ୟପ୍ରାଣୀ ବିଭାଗ କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।।

Exit mobile version