Site icon Awaj Media

ଚଳନ୍ତା ଟ୍ରେନ ରୁ ପଡି ଜଣେ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବୈରୀ ଲେବୁଲ କ୍ରସିଂ ର କିଛି ଦୁରରେ ଚଳନ୍ତା ଟ୍ରେନ ରୁ ପଡି ଜଣେ ଗୁରୁତର ! ବଡଚଣା ବ୍ଲକ ଅନ୍ତର୍ଗତ ବୈରୀ ଲେବୁଲ କ୍ରସିଂ ର କିଛି ଦୁରରେ ଥିବା ମଙ୍ଗଳା ପଡିଆ ନିକଟରେ ଚଳନ୍ତା ଟ୍ରେନ ରୁ ପଡି ଜଣେ ଗୁରୁତର ହୋଇଥିବା ଜଣାପଡିଛି ! ଘଟଣାରୁ ପ୍ରକାଶ ଯେ , ଯୋଗନଗରୀ ରିଷିକେଶ – ପୁରୀ ଉତ୍କଲ ଏକ୍ସପ୍ରେସରୁ ଧାନମଣ୍ଡଳ ଓ ବୈରୀ ଷ୍ଟେସନ ମଝିରେ ଥିବା ମଙ୍ଗଳା ପଡିଆ ନିକଟରେ ଟ୍ରେନ୍ ଲାଇନ୍ ରେ ଟ୍ରେନରୁ ଜଣେ ଲୋକ ଗଳି ପଡିଥିଲେ ! ବୈରୀ ଗ୍ରାମର କିଛି ଲୋକ ତାଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନା ପଠାଇଥିଲେ ! ଆହତଙ୍କ ପରିଚୟ ମିଳି ପାରିନାହିଁ !

Exit mobile version