Site icon Awaj Media

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ଗଜପତି ଶାଖାର ସଭାପତି ଭାବେ ଚୟନ ହେଲେ ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ ପରିସରରେ ଥିବା ଡିପ୍ଲୋମା ଇଂଜିନିୟର ସେବାସଂଘର କନଫେରାନ୍ସ ହଲ ଠାରେ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବିଭିନ୍ନ ସମସ୍ୟା, ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରି କିପରି ସମସ୍ୟା ସମାଧାନ ହୋଇ ପାରିବ ତାହା ଉପରେ ଆଲୋଚନା ହୋଇଥିଲା। ପରେ ଡିପ୍ଲୋମା ଇଂଜିନିୟରିଂ ସେବା ସଂଘର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା।ଏହି କର୍ମକର୍ତ୍ତା ଚୟନରେ ସଭାପତି ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଉପ ସଭାପତି ତ୍ରିପତି ସାହୁ,ପରାମର୍ଶ ଦାତା ଭାବେ ଶିବ ପ୍ରସାଦ ପାଳ, ସମ୍ପାଦକ ଉମା ଶଙ୍କର ପାତ୍ର, ସହ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଅଡିଟର ସୁଜାତା କୁମାରୀ ଗୌଡ଼, ଏଗଜୁଟିଭ ବଡି ମେମ୍ବର ଦିବାକର ଦାସ, ରୋଜାରାଣୀ ପଟ୍ଟନାୟକ, ଯୋଗେନ୍ଦ୍ର ସାହୁ, ବିନୋଦ କୁମାର କିଷାନ,ବି.ଲୋକ ନାଥ ପାତ୍ର, ଅରୁଣ ଜେନାଙ୍କ ସହ କେନ୍ଦ୍ରୀୟ କର୍ମକର୍ତ୍ତା କେ ନାଗେଶ୍ୱର ସେନାପତି, ଅତିରିକ୍ତ ଜରର୍ଣ୍ଣାଲ ସମ୍ପାଦକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଭାଗର ଓ ସମସ୍ତ ବ୍ଲକର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ଶେଷରେ ସଭାପତି ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version