Site icon Awaj Media

କେରାଣ୍ଡି ପଞ୍ଚାୟତରେ ସାମାଜିକ ସମୀକ୍ଷା ଗ୍ରାମସଭା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର କନଫେରାନ୍ସ ହଲ ଠାରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମସଭାରେ ୱାର୍ଡ ସଭ୍ୟ, ଜନସାଧାରଣ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସମୀକ୍ଷା ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ରାସନ କାର୍ଡ ଭଳି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ଉପରେ ମଧ୍ୟ ସମୀକ୍ଷା ହୋଇଥିଲା । ଏହି ସଭାରେ ସରପଞ୍ଚ ଏରୁସୁ ଦଣ୍ଡପାଣି, ଗ୍ରାମ ରୋଜଗାର ସେବକ, ୱାର୍ଡ ସଭ୍ୟ ସରୋଜ ଜେନା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେ. ଚନ୍ଦ୍ରା ରାଓ ପ୍ରତି ଗ୍ରାମର ଜନ ସାଧାରଣ, ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version