ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଧଳାପଥର ଛକରେ ସିରିଜ ଦୁର୍ଘଟଣା ! ଜଣେ ମୃତ, ତିନି ଗୁରୁତର । ବାଘମାରୀ – କଣ୍ଟିଲୋ ମୁଖ୍ୟ ରାସ୍ତାର ଧଳାପଥର ଠାରେ ସିରିଜ୍ ଦୁର୍ଘଟଣା ଘଟାଇଲା କାର , ଲଗାତାର 4 ଟି ବାଇକ କୁ ପିଟିଲା ! ବେଗୁନିଆ ଥାନା ଧଳାପଥର ବଜାର ରେ ଅଞ୍ଚଳ ରେ ରାତି ପ୍ରାୟ 9ଟା ରେ ଏକ କାର ସିରିଜ ଦୁର୍ଘଟଣା ଘଟାଇଛି l କାର ଟି ଲଗାତାର ଗୋଟିଏ ପରେ ଗୋଟିଏ 4 ଟି ବାଇକ କୁ ଧକା ଦେବା ସହିତ ଗୋଟିଏ ସାଇକେଲ କୁ ଧକ୍କା ଦେଵା ପରେ ଏକ ବାଲି ବୋଝେଇ ହାଇୱା ସହିତ ସାମନା ସାମନି ଧକ୍କା ହୋଇଥିଲା l ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ , ଆଉ ତିନି ଜଣ ଗୁରୁତର ଓ ଜଣେ ଆହତ ହୋଇଛନ୍ତି l ଏଥିରେ ବାଇକ ଗୁଡିକ ଭାଙ୍ଗି ରୁଜି ଯାଇଥିବା ବେଳେ କାର ଟି ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି l ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ କଳାପଥର ଆଞ୍ଚଳିକ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସଳୟ କୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି l ଦୁର୍ଘଟଣା ଘଟଇଥିବା କାର ଡ଼୍ରାଇଭର ଫେରାର ହୋଇଯାଥିବାର ଜଣାପଡିଛି l ତେବେ ଗୁରୁତର ଏବଂ ମୃତକ ଙ୍କର ପରିଚୟ ଜଣା ପଡ଼ିନାହିଁ ! ଦୁର୍ଘଟଣା ଖବର ପାଇ ଧଳାପଥର ଫାଣ୍ଡି ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଘଟଇଥିବା କାର ଟିକୁ ଜବତ କରି ଏହି ଘଟଣାର ତଦନ୍ତ ଚଳାଇଛି !
ଧଳାପଥର ଛକରେ ସିରିଜ ଦୁର୍ଘଟଣା : ଜଣେ ମୃତ, ତିନି ଗୁରୁତର !!!

