Site icon Awaj Media

ମହା ଆଡମ୍ବରରେ ଶ୍ରୀ ଲଷ୍ମୀ ନରସିଂହନାଥ ଓ ମାଁ ଏଲେମା ଦେବୀଙ୍କ ଭବ୍ୟ ପ୍ରସାଦ ପ୍ରତିଷ୍ଠା ଉତ୍ସବ ପାଳନ !!!

Spread the love

ଗଞ୍ଜାମ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଞ୍ଜାମ ଜିଲ୍ଲା ବଡକାଇଁଚ ପୁର ଗ୍ରାମରେ ଶ୍ରୀ ଶ୍ରୀ ଲଷ୍ମୀ ନରସିଂହ ନାଥ ଦେବ ଓ ମାଁ ଏଲମା ଦେବୀଙ୍କ ଭବ୍ୟ ପୂଜା ରୀତି ନୀତି ରତ୍ନ କର୍ମକାଣ୍ଡ ଭୂଷଣ ପଣ୍ଡିତ ସିମାଞ୍ଚଳ ତ୍ରିପାଠୀଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନ ଏବଂ ଗ୍ରାମ ପୁରୋହିତ ଲଷ୍ମୀ ନାରାୟଣ ପଣ୍ଡାଙ୍କ ଉପସ୍ଥିତି ସହ ଯାଜପୁର ନିକଟସ୍ଥ ପବିତ୍ର ବ୍ରlହ୍ମଣୀ ନଦୀ କୂଳ ହରିହlଟ ପଡିଆ ମଠ ର ସାଧୂ ହରିହର ଦାସ, ମଠ ମାତା ପୂଜନୀୟ ଯୋଗମାୟା ଓ ଭାଗବତ ପ୍ରବଚକ ଜଗନ୍ନାଥ ପଣ୍ଡା ତଥା ନାମ ଯଂଜ୍ଞ ଅଷ୍ଟପ୍ରହରୀର ପରିଚାଳକ ମହନ୍ତ କୃଷ୍ଣ ମୋହନ ଦାସ ଓ ବ୍ରlହ୍ମଣ, ପଣ୍ଡିତ ସାଧୁସନ୍ୟାସୀଙ୍କ ଉପସ୍ଥିତିରେ ବଡକାଇଁଚ ପୁରର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ମହାଆଡମ୍ବରରେ ପ୍ରଥମ ଦିନ ଅଙ୍କୁର ରୋପଣ ସହ କଳସ ଯାତ୍ରା, ମହାସ୍ନାନ ପ୍ରାଣପ୍ରତିଷ୍ଠା, ନାମଯଂଜ୍ଞ, ପ୍ରବଚନ, ପୂର୍ଣ୍ଣାହୁତି, ଯମୁନାସ୍ନାନ, ନଗର କୀର୍ତନ, ଗୋ ଯଂଜ୍ଞ ସହ ପ୍ରତି ଦିନ ସହ ସହ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l ଦୀର୍ଘ ପାଞ୍ଚ ଦିନ ଧରି ରୀତିନୀତି ସହ ପୂଜା ହେବା ସହ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଦେବତା ବିଜେ ଦିନ ଅଢେଇ ହଜାରରୁ ଉର୍ଦ୍ଧ ଭକ୍ତମାନେ ଏକାଠି ସମାଗମ ହୋଇ ପ୍ରସାଦ ସେବନ କରିଥିଲେ ଓ ଶେଷରେ ଶନିବାର ଦିନ ପୂର୍ଣ୍ଣାହୁତି କରାଯାଇଥିଲା l ଏହି ଉତ୍ସବ ପାଳନ ଦ୍ୱାରା ସମଗ୍ର ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l

Exit mobile version