Site icon Awaj Media

ଜିଲ୍ଲା ସ୍ତରୀୟ ଅମଲା ମଞ୍ଚର ସାଧାରଣ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ବିଭିନ୍ନ ବିଭାଗର ଅମଲା ମାନେ ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ । ଅମଲା ମଞ୍ଚର ଜିଲ୍ଲା ଅଧ୍ୟକ୍ଷ ପ୍ରସାଦ କୁମାର ପାତ୍ର ଓ ଆବାହକ ସନିଆ ନାୟକଙ୍କ ସୂଚନା ଅନୁଯାୟୀ 2017 ମସିହାରେ ସରକାର ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଘୋଷଣା କରିଥିଲେ । ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ଅଭିବୃଦ୍ଧି କରିନଥିଲେ । ପରିତାପର ବିଷୟ ଏହି କି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କୁ ସରକାର ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ହାରରେ ଦରମା 5200 ଓ ଗ୍ରେଡ ପେ 1900 (ଲେବଲ 4) ପ୍ରଦାନ କରୁଛନ୍ତି । ଯେଉଁଥିପାଇଁ ଜିଲ୍ଲା ସ୍ତରୀୟ ଅମଲା ମାନେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଉକ୍ତ ଅସନ୍ତୋଷ କ ନେଇ ରାଜ୍ୟ ସ୍ତରୀୟ ନେତୃବୃନ୍ଦଙ୍କ ନିଷ୍ପତ୍ତି ଅନୁଯାୟୀ ସରକାରଙ୍କ ORSP ନିୟମ 2017 ପ୍ରକାରେ ଅମଲା ମାନଙ୍କର ଏକମାତ୍ର ଦାବି ଅର୍ଥାତ ମୂଳ ଦରମା 9300 ଓ ଗ୍ରେଡ ପେ (4200 ଲେବଲ 9)କୁ ବୃଦ୍ଧି କରିବା ଦାବିରେ ଜିଲ୍ଲା ସ୍ତରୀୟ ଅମଲା ମାନେ ଗତ ଜୁନ 1 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । 17 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ଆନ୍ଦୋଳନ କୁ ସ୍ଥଗିତ ରଖିଥିଲେ । ମୁଖ୍ୟ ଦାବୀ ମୂଳ ଦରମା 9300 ଓ ଗ୍ରେଡ ପେ 4200 (ଲେଭେଲ 9) କୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ନେତୃ ବୃନ୍ଦ ବାରମ୍ବାର ସରକାରଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ ସରକାର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବିରେ ସମାଧାନ ନ କରି କେବଳ ବିଳମ୍ବ କରି ଚାଲିଛନ୍ତି । ଏଥି ମଧ୍ୟରେ 6 ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ଅହେତୁକ ବିଳମ୍ବ ଯୋଗୁଁ ଅସନ୍ତୋଷ ହୋଇ ରାଜ୍ୟ ସଂଘର ଗତ 3.12.2023 ତାରିଖ ନିଷ୍ପତ୍ତି କ୍ରମେ ଯଦି ସରକାର 19.12.2023 ସୁଦ୍ଧା ଉପରୋକ୍ତ ମୁଖ୍ୟ ଦାବୀ ପୂରଣ ନ କରନ୍ତି ତାହେଲେ ସ୍ଥଗିତ ହୋଇଥିବା ଆନ୍ଦୋଳନକୁ ପୁନର୍ବାର ଆସନ୍ତା 20.12.2023 ତାରିଖରୁ ଆରମ୍ଭ କରିବାରୁ ବୈଠକରେ ଜିଲ୍ଲା ମିଳିତ ମଞ୍ଚ ସର୍ବ ସମ୍ମତି କ୍ରମେ ଘୋଷଣା କରିଅଛି । ଉକ୍ତ ସଭାରେ ଚାରିଗୋଟି ସଂଘର ସଭାପତି ଓ ସମ୍ପାଦକ ସଭ୍ୟା ସଭ୍ୟ , କୂର୍ମ ନାଥ ରଥ, ଶଶାଙ୍କ ଶେଖର ଶତପଥୀ, ଉସତ କୁମାର ଦାସ, ସୁଶୀଲ କୁମାର ପାଣିଗ୍ରାହୀ, ଜୀ ପ୍ରବୀଣ କୁମାର, ଏସ ଲୋକ ନାଥ ରେଡ୍ଡୀ, ଅଜିତ କୁମାର ସାହୁ ବଳଦେବ ରଥ ଶିବ ପ୍ରସାଦ ପଣ୍ଡା ସନ୍ଧ୍ୟା ରାଣୀ ସବର ଦେବାଶିଷ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version