ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ରେ ଶ୍ରମିକ ଭାବେ କାମ କରୁଥିବା , ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳ ର ଶଙ୍କର୍ଷଣ ପାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା l ସେ ନୟାଗଡ଼ ବନଖଣ୍ଡରେ ଅସ୍ଥାୟୀ ଶ୍ରମିକ ଭାବରେ କାମ କରି ଆସୁଥିଲେ l ତେବେ ତାଙ୍କୁ 60 ବର୍ଷ ବୟସ ହୋଇଯାଇଥିବାରୁ ସେ କିଛିଦିନ ତଳେ କାର୍ଯ୍ୟରୁ ବାହାରି ଯାଇଥିଲେ l ନୟାଗଡ ସଦର ଥାନା ଅଧୀନସ୍ଥ ପଥୁରିପଡା ଅଂଚଳରେ ରହୁଥିଲେ , ପରିବାର ସହିତ ତାଙ୍କର ଭଲ ସମ୍ପର୍କ ନଥିଲା ! ଏଭଳି ସ୍ଥିତିରେ ସ୍ଥାନୀୟ ବଳରାମ ସରଂକ୍ଷିତ ଜଙ୍ଗଲ ନିକଟରେ ସେ ଦଉଡି ଦେଇଥିଲେ l ସ୍ଥାନୀୟ ଲୋକମାନେ ସଦର ଥାନା କୁ ଖବର ଦେଇଥିଲେ l ପରେ ପୋଲିସ ସେହି ସ୍ଥାନରେ ପହଂଚି ଶବ ଉଦ୍ଧାର କରିଥିଲେ ! ଶଙ୍କର୍ଷଣଙ୍କ ପରିବାରକୁ ଖବର ଦେବାପରେ ସେମାନେ ଆସି ପହଂଚିଥିଲେ ଏବଂ ଶଙ୍କର୍ଷଣ ଙ୍କ ଶବ ନେବାକୁ ମନା କରି ଦେଇଥିଲେ l ଶଙ୍କର୍ଷଣଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିବା ସଦରଥାନା ଏସଆଇ ସ୍ମୃତିରଞ୍ଜନ ମହାନ୍ତି ସୂଚନା ଦେଇଥିଲେ l ପରବର୍ତୀ ସମୟରେ ଏସଆଇ ସ୍ମୃତିରଞ୍ଜନ ମହାନ୍ତି , ସାଇ ଉମା ଫାଉଣ୍ଡେସନ ର କର୍ମକର୍ତ୍ତା ଉମାକାନ୍ତ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ରୋହନ ପ୍ରୀତି ଦାସ, ଦେବପ୍ରସାଦ ବେହେରା, ସ୍ପନ୍ଦନ ମହାନ୍ତି, ସନା କାଠୁଆ, ସୁରେଶ ମହାନ୍ତି ସହଯୋଗରେ ମୃତ ଶଙ୍କର୍ଷଣ ଙ୍କ ଶବ ଦାହ କରିଥିଲେ l ଏସଆଇ ଙ୍କ ଏଭଲି ନିଆରା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି l