Site icon Awaj Media

ସିଂହନାଥ ପୀଠ ରେ ମକର ମେଳା କୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଆରାଧ୍ୟ ଦେବ ବାବା ସିଂହନାଥ ପୀଠ ରେ ଆସନ୍ତା ଜାନୟାରୀ 15 ତାରିଖରେ ଆୟୋଜିତ ହେବ ମକର ମେଳା ! ସମସ୍ତ ପ୍ରଶାସନିକ ବ୍ୟବସ୍ଥାରେ ସିଂହନାଥ ପୀଠ ରେ ଥିବା OTDC ବଙ୍ଗଳା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଦେବୋତ୍ତର ବିଭାଗ ଠାକୁରଙ୍କ ନିତିକାନ୍ତି ଉପରେ ନଜର ଦେବା ସହିତ ଲାଇଟ୍ ଏବଂ ଫୁଲ ବ୍ୟବସ୍ଥା କରିବା ପାଇଁ ତହସିଲଦାର ଙ୍କ ଅନୁମତି କ୍ରମେ ସେବାୟତ ମାନଙ୍କୁ ନିୟୋଜିତ କରିବା ପାଇଁ ଗୃହୀତ ହୋଇଥିଲା । ଯାତ୍ରା ସମୟରେ ଅହେତୁକ ଭିଡ଼ କୁ ନଜର ରେ ରଖି ଫେୟାର ୱେଦର ରୋଡ଼ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ ଦେବୋତ୍ତର ବିଭାଗ ର ମୁଖ୍ୟ ତହସିଲଦାର ସ୍ଵାଶତ କୁମାର ଦାସ । ସେହିପରି ଟି ସେତୁ ଉପରେ ସ୍ଵତନ୍ତ୍ର ବ୍ୟାରିକେଟ୍ ନିର୍ମାଣ କରିବା ପାଇଁ ପୂର୍ତ୍ତ ବିଭାଗ ର ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାତ୍ରା ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ମ୍ବା ଏବଂ ବୈଦେଶ୍ୱର ଥାନା ଓ ବାଙ୍କୀ ଉପଖଣ୍ଡ ସ୍ତରୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାତ୍ରା ସମୟରେ ଜନସାଧାରଣ ଙ୍କ ପାଇଁ ପିଇବା ପାଣି ଏବଂ ଯାତ୍ରା ପଡ଼ିଆ କୁ ସଫା ସୁତୁରା କରି ବ୍ଲିଚିଙ୍ଗ ପକାଯିବା ସହ ଯାତ୍ରା ପଡ଼ିଆ ରେ ଥିବା ନଳକୁପ କୁ ମରାମତି କରିବା ପାଇଁ RWSS ବିଭାଗ ର ଯନ୍ତ୍ରୀ ଙ୍କୁ ଅବଗତ କରାଯାଇଥିଲା । ଆଶୁ ଚିକିତ୍ସା ନିମିତ୍ତ ଅସ୍ଥାୟୀ ଶିବିର ପ୍ରତିଷ୍ଠା କରିବା ପାଇଁ ମାଣିଆବନ୍ଧ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର , ଆଠଗଡ଼ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବାଙ୍କୀ ଉପ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ଆଠଗଡ ଉପକ୍ଷଣ୍ଡ ଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ବଡ଼ମ୍ବା ଥାନା ଅଧିକାରୀ ଶିବପ୍ରସାଦ ଭଦ୍ରା, ବୈଦେଶ୍ୱର ଥାନା ଅଧିକାରିଣୀ କାଦମ୍ବିନୀ ପରିଡ଼ା, ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ବଡ଼ମ୍ବା ୩୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ ଏବଂ ଜଳସେଚନ , ବିଦ୍ୟୁତ୍ ବିଭାଗ, ପୂର୍ତ୍ତ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ଦମକଳ ବାହିନୀ, ଓଡରାଫ ଟିମ୍ ଅଧିକାରୀ ଙ୍କ ସହ ମନ୍ଦିର ସେବାୟତ କମିଟି ଉପସ୍ଥିତ ଥିଲେ।

Exit mobile version