Site icon Awaj Media

ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ – ୨୦୨୩ ଶୁଭାରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୩ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଲିଗଡ, ଆର୍.ଉଦୟଗିରି, ଖଜୁରୀପଦା, ରାୟଗଡ଼ ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଗଜପତି ଉତ୍ସବ ମଶାଲ ପହଞ୍ଚିଥିଲା । ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧକ୍ଷ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାଶ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ ଓ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ। ଜିଲ୍ଲାସ୍ତରୀୟ ଅଧିବାସୀ ଓ ସାଂସ୍କୃତିକ ଗଜପତି ଉତ୍ସବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବା ସହିତ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଳନ କରାଯିବ ତା ୧୯.୧୨.୨୦୨୩ ରିଖ ଠାରୁ ତା ୨୩.୧୨.୨୦୨୩ ପର୍ଯ୍ୟନ୍ତ । ଜିଲ୍ଲାର ଅଧିବାସୀଙ୍କ ପାରମ୍ପରିକ ଓ ସାଂସ୍କୃତିକକୁ ଚଳିତ ଗଜପତି ଉତ୍ସବରେ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିରର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି। ଜଗନ୍ନାଥ ମନ୍ଦିରରେ ମଶାଲ ପହଞ୍ଚିବା ପରେ ସେଠାରୁ ଗୁମ୍ମା ଓ କାଶୀନଗର ବ୍ଲକ ଭବ୍ୟ ସ୍ବାଗତ କରି ମଶାଲଟିକୁ ଗ୍ରହଣ କରି ନେଇଥିଲେ ! ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ବାସୁଦେବ ଦାସ, ଗଣେଶ କୁମାର ରାଜୁ, ବସନ୍ତ ପଣ୍ଡା ଗଜପତି ଉତ୍ସବ ମଶାଲ ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ମଶାଲ ଟିକୁ ଆଣିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ବାଗତ କରି ନିଜ ନିଜ ବ୍ଲକ ସ୍ତରୀୟରେ ଗ୍ରହଣ କରି ନେଇଥିଲେ। ଏହି ଅବସରରେ ଗଜପତି ଉତ୍ସବ-୨୦୨୩ ପୋଷ୍ଟର ଓ ଗଜପତି ଉତ୍ସବ ଭିଡ଼ିଓ ଟିଜର୍ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର ସମେତ ଉତ୍ସବ ପାଳନ କମିଟିର ସମସ୍ତ ସଦସ୍ୟ ଉନ୍ମୋଚନରେ ଉପସ୍ଥିତ ଥିଲେ। ଏହି ମଶାଲ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ, ଡିଏସପି କୈଳାଶଚନ୍ଦ୍ରବୁରୁଡ଼ା ,ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ,ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଠ ନାଗରିକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ମଶାଲ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

Exit mobile version