Site icon Awaj Media

ଦଶପଲ୍ଲା କୁ ୭ ଦିନ ଭିତରେ ରେଳ ଚଲାଅ : କଂଗ୍ରେସ ର ଆନ୍ଦୋଳନ ଧମକ , ରେଲୱେ ଡିଆରଏମ ଙ୍କୁ ସ୍ମାରକପତ୍ର ପ୍ରଦାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦଶପଲ୍ଲା କୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀ କୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି l ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୭ ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି l ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ କାର୍ଯ୍ୟକର୍ତା ମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନ ରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ କହିଛନ୍ତି l ଗତ ରଥଯାତ୍ରା ଠାରୁ ଦଶପଲ୍ଲା କୁ ଟ୍ରାଏଲ ରନ କରାଯାଇ ରେଳ ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ ସମୟ ଗଡ଼ାଇଗଡ଼ାଇ ଦଶପଲ୍ଲା ଜନସାଧାରଣଙ୍କୁ ବିଜେପି ସରକାର ଭଣ୍ଡାଇ ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ରାଜନୈତିକ ଅଭିଶନ୍ଧି କାରଣରୁ ଗତ ଡିସେମ୍ବର ୧ ତାରିଖ ରେ ରେଳ ଗଡ଼ିବା ନେଇ ଦଶପଲ୍ଲା ବାସୀ ଙ୍କ ପ୍ରତୀକ୍ଷା ଅନ୍ତ ଘଟିଛି l ଏ ନେଇ ଦଶପଲ୍ଲା ନାଗରିକ କମିଟି, ନୟାଗଡ ନାଗରିକ କମିଟି ପୃଥକପୃଥକ ଭାବେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ତଥାପି ରେଳ ଗଡି ପାରିଲାନି l ଦଶପଲ୍ଲା କୁ ରେଳ ଗଡ଼ିବା ନେଇ ସ୍ଥାନୀୟ ସାଂସଦ ଯେତିକି ପ୍ରାଧାନ୍ୟ ଦେଇ ସଂସଦ ରେ ପ୍ରସଙ୍ଗ ଉତ୍ଥାପନ କରୁନଥିବା କଂଗ୍ରେସ ଅଭିଯୋଗ କରିଛି l ଏଥି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା କୁ ମଧ୍ୟ କଂଗ୍ରେଡ଼ ଦାୟୀ କରିଛି l କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ଦଳିତ ନେତା ଅମୀରଚାନ୍ଦ ନାୟକ, ଏଆଇସିସି ସଭ୍ୟ ବିସ୍ମୟ ମହାପାତ୍ର, ବରିଷ୍ଠ ନେତା ସରୋଜ ପରିଡା, ସୁକାନ୍ତ ଶତପଥୀ, କାଶୀନାଥ ନାୟକ, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ବୁଲୁ ପରିଡା, ଅଶୋକ ନାୟକ, ଅଶୋକ ଚୌଧୁରୀ, ଶ୍ରୀକାନ୍ତ ଗୁରୁ, ପ୍ରହଲ୍ଲାଦ ବେହେରା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l

Exit mobile version