Site icon Awaj Media

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ – ଓ ଯୁବ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତରଫରୁ ତିନି ଦିନିଆ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ବୁଧବାର ପ୍ରଥମ ଦିନ ଅବସରରେ ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀ ଙ୍କ ମନ୍ଦିରରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ମସାଲ ଶୋଭାଯାତ୍ରା ସାମିଲ ହୋଇ ବିଦ୍ୟାଳୟର ଠାରେ ପହଞ୍ଚି ଆନୁଷ୍ଠାନିକ ରୂପେ ଉଦଘାଟନ କରିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ କାଦମ୍ବିନୀ ଜେନା ପତାକା ଉତଳନ କରି ଉକ୍ତ କ୍ରୀଡା ଉତ୍ସବ କୁ ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ କବାଡି, ଖୋଖୋ, କ୍ୟରମ ଓ ଭଲି ଖେଳ ପ୍ରତିଯୋଗିତା ହୋଇଥିଲା । ଗ୍ରାମୀଣ ମହିଳା ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତି, କ୍ରୀଡା ଉପ ସଭାପତି ମନୋଜ କୁମାର ମହାପାତ୍ର, ଖେଳ ଶିକ୍ଷକ ବିଭୁଦେନ୍ଧୁ ମାନସିଂହ ଓ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କ୍ରୀଡା ଉତ୍ସବ କୁ ସୁନିଲ କୁମାର ପଟ୍ଟନାୟକ, କଳ୍ପଶ୍ରୀ ପ୍ରଧାନ ଓ ଶିବ ଶଙ୍କର ପଣ୍ଡା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମକର୍ତ୍ତା କ୍ରୀଡ଼ା ପରିଚାଳନା ରେ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରୀ ମାନେ କ୍ରୀଡ଼ା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ।

Exit mobile version