Site icon Awaj Media

ନୟାଗଡ଼ ରେ ୩୩ ତମ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ରେ ୩୩ ତମ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ! ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶରତ କୁମାର ସାହୁ, ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉପସ୍ଥିତ ରହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ଅନ୍ତର୍ନିହିତ ପ୍ରତିଭାକୁ ସାମ୍ନାକୁ ଆଣିବାରେ ଏହା ସୁଯୋଗ ସୃଷ୍ଟି କରୁଛି ଏବଂ ନୟାଗଡ଼ ଜିଲ୍ଲାରୁ ଚୟନ କରାଯାଇଥିବା ପ୍ରକଳ୍ପ ରାଜ୍ୟ ସ୍ତରରେ ସଫଳତା ଆଣୁ ବୋଲି କହିଥିଲେ । ଜାଣିବାର ଇଚ୍ଛା ଶକ୍ତି ଦ୍ବାରା ସମାଜ ଉପକୃତ ହେବ ବୋଲି କହିଥିଲେ ମୁଖ୍ୟ ଅତିଥି , ଅସମୟରେ ବାତ୍ୟା ସୃଷ୍ଟି ପାଇଁ ଦାୟୀ କିଏ ତାହା ଆଲୋଚନା କରାଯିବାର ଆବଶ୍ୟକତା ରହିଛି । ପରିବେଶ ସମ୍ପର୍କିତ ଆଲୋଚନା ସହିତ , ପାଠ୍ୟ ପୁସ୍ତକ ବ୍ୟତୀତ ଭିନ୍ନ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବିଧାୟକ କହିଥିଲେ !

Exit mobile version