Site icon Awaj Media

ବାଣପୁର ମା’ ଭଗବତୀ ଓ ଦକ୍ଷେଶ୍ୱର ଙ୍କ ମନ୍ଦିରରେ ପାଳନ କରାଗଲା ନୁଆଁଖାଇ : ମାଙ୍କୁ ଲାଗିହେଲା ନବାନ୍ନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟର ପ୍ରମୂଖ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର ମା,ଭଗବତୀ ପୀଠ ଅନ୍ୟତମ । ମା ଭଗବତୀ ବାଣପୁରର ଅଧିଷ୍ଠାତ୍ରୀ ଦେବୀ । ମାଙ୍କର ବାର ମାସରେ ତେର ପର୍ବ ପାଳନ କରାଯାଉଥିବା ବେଳେ । ଏହି ମାର୍ଗଶିର ମାସରେ ମା ଙ୍କ ପାଖରେ ନୁଆଁଖାଇ ବା ନବାନ୍ନ ଲାଗିହେବା ସ୍ୱତନ୍ତ୍ର ଅଟେ । ଏହି ନବାନ୍ନ ଲାଗି, ବିଛା ୨୮ ଦିନ, ମାର୍ଗଶୀର ଶୁକ୍ଳ ପକ୍ଷ୍ୟ ଦ୍ଵିତୀୟା ତିଥି ଗୁରୁବାର ଅମୃତ ବେଳାରେ ପାଳନ କରାଯାଇଥାଏ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଦେବ ଓ ମା’ ଭଗବତୀଙ୍କ ପାଖରେ। କାହିଁ କେଉଁ କାଳରୁ ଚଳି ଆସିଥିବା ପରମ୍ପରା ଅନୁସାରେ ମନ୍ଦିର ଗଣକ ପଣ୍ଡିତରାୟ ପ୍ରଥମେ ଲଗ୍ନସ୍ଥିର କରି ଚିଟାଉ ଦେଇଥିଲେ । ସେହି ଅନୁସାରେ ମା’ଙ୍କ ଜମିରୁ ଆଦାୟ ନୂଆ ଧାନ ନୂଆ ବିରି ଆଣାଯାଇ ସେଥିରୁ ବାହାରିଥିବା ନୂଆ ଧାନରୁ ନୂଆ ଚାଉଳ, ନୂଆ ଚୁଡ଼ା ପ୍ରସ୍ତୁତ କରା ଯାଇଥିଲା । ପ୍ରତ୍ୟୁଷରୁ ବେଢ଼ା ଖାଡ଼କା ମନ୍ଦିର ବାହାର ବେଢ଼ା ଓ ପାଳିଆ ମାଳି ଭିତର ଶୋଧ କରି ଧୋପ ଖାଳ କରିଥିଲେ। ସୁଆର ସେବକ ଗୋବର ଗଙ୍ଗା ଜଳରେ ରୋଷ ଶାଳା ଲିପା ପୋଛା କରି ଶୋଧ କରିଥିଲେ ଓ ନୂଆ ଚୁଲି ପଡ଼ିଥିଲା ।। ଦେବା ଦେବୀଙ୍କୁ ନୂତନ ବସ୍ତ୍ର,ଏଣ୍ଡୁରିପାଇଁ ନୁଆଁ ହାଣ୍ଡି ନୂଆ ଅଥର କନା ସହିତ ସମସ୍ତ ଦ୍ରବ୍ଯ ମନ୍ଦିର କାର୍ଯ୍ୟାଳୟରୁ ଆଣି ସେବାୟତ ଦଣ୍ଡ ସେଣା ଯୋଗାଇ ଥିଲେ । ସକାଳୁ ମା’ଙ୍କ ଅଙ୍ଗ ରାଗ ମାଜଣା, ମହା ପସ୍ରାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ,ସାଧାରଣ ଦର୍ଶନ ପରେ ଅପରାହ୍ନ ରେ ମାଙ୍କ ପାଖରେ ନୂଆ ଚାଉଳ ନୂଆ ବିରି ,ନୂଆ ଚୂଡା ରୁ ପ୍ରସ୍ତୁତ ଖେଚେଡ଼ି, ଡାଲି, ଆମ୍ବିଳ, ମହୁର, ଶାଗମୁଗ,ଏଣ୍ଡୁରି, ଘସା ବିଡ଼ିଆ, ଫଳ ମୂଳ ଇତ୍ୟାଦି ନୈବେଦ୍ୟ ଅର୍ପଣ କରାଯାଇଥିଲା । ମା’ଙ୍କୁ ନବାନ୍ନ ଲାଗି ନୋହିବା ଯାଏ ବାହାର ଭୋଗ ବନ୍ଦ ଥିଲା । ସେହିପରି ମା, ଭାଗବତୀ ଙ୍କ ପୀତ୍ରାଳୟ ଶ୍ରୀଶ୍ରୀଦକ୍ଷେଶ୍ଵର ଦେବଙ୍କ ମନ୍ଦିରରେ ନୂଆଁ ଖାଇପାଳନ କରାଯାଇଥିଲା ।।

Exit mobile version