Site icon Awaj Media

ବାଣପୁର ବ୍ଲକ ପ୍ରଶାସନ ପକ୍ଷରୁ ନିଯୁକ୍ତି ଭିତ୍ତିକ ତାଲିମ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆ ଠାରେ ଥିବା ସହିଦ କୃତିବାସ ଭବନ ପରିସରରେ ବାଣପୁର ବ୍ଲକ ପ୍ରଶାସନ ତରଫରୁ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷା ନିମନ୍ତେ ବ୍ଳକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରାମର୍ଶ କାର୍ଯ୍ୟକ୍ରମ ରେ ବାଣପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ଶୀତଲ ଅଗ୍ରୱାଲ, ବ୍ଳକ ଶିକ୍ଷା ଅଧିକାରୀ ସନାତନ ଜାଲି, ପର୍ଶୁରାମ ଶବର, ଆଞ୍ଚଳିକ ସହକାରୀ କର୍ମ ନିଯୁକ୍ତି ଯୋଜନା ଅଧିକାରୀ ବିଜୟ କୁମାର ପାତ୍ର, ବିପିଏମ ଶିବ ଶଙ୍କର ଜାଲି, ଏସ ଡି ସି ପ୍ରଶାନ୍ତ ମିଶ୍ର, ବି ଏଲ୍ ସି ଗୋପାଳ ବେହେରା, ଲିଜା ବେହେରା ପ୍ରମୁଖ ଯୋଗଦେଇ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷା ସମ୍ପର୍କ ରେ ଆଲୋଚନା କରିଥିଲେ । ଏହି ଶିବିରରେ ପ୍ରାୟ ଏକଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇ ନାମ ପଞ୍ଜିକରଣ କରିଥିଲେ ।

Exit mobile version