Site icon Awaj Media

ଜେକେ କାଗଜ କଳ ପ୍ରତିଷ୍ଠାତା ଙ୍କ 139 ତମ ଜନ୍ମଦିନ ପାଳନ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଜେକେ ଗ୍ରୁପ୍ ର ପ୍ରତିଷ୍ଠାତା ଲାଲା କମଳା ପତ୍ ସିଂଘାନିଆ ଙ୍କ 139 ତମ ଜନ୍ମଦିନ ପାଳନ ହୋଇଯାଇଛି ଏହି ଅବସରରେ କମ୍ପାନୀ ପରିସରରେ ଥିବା ଲାଲା କମଳା ପତ୍ ସିଂଘାନିଆ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜେକେ କାଗଜ କଳ ର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି ବିନୟ ଦ୍ଵିବେଦୀ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିବା ସହ କମ୍ପାନୀର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଭାରତୀୟ ପୁଲିସ ପ୍ରଶାସନିକ ସେବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଗଜ କଳ ର ସାମାଜିକ ଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଉ ଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । କାଗଜ କଳ ଯୋଗୁଁ ରାୟଗଡ ଜିଲ୍ଲା କୁ ଏକ ସ୍ଵତନ୍ତ୍ର ପରିଚୟ ମିଳିଛି ବୋଲି ପ୍ରକାଶ କରିଥିଲେ । କାଗଜ କଳ ରୁ ପ୍ରସ୍ତୁତ କାଗଜ ଆଜି ଦେଶ ବିଦେଶରେ ଗ୍ରାହକଙ୍କ ଦ୍ଵାରା ଆଦୃତ ହୋଇପାରିଛି ବୋଲି ପ୍ରକାଶ କରିବା ସହ କମ୍ପାନୀର ଆହୁରି ଅଗ୍ରଗତି କରୁ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ ।

କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ 25 ବର୍ଷ 4 ଜଣ ଓ 40 ବର୍ଷ ପୂର୍ତ୍ତି କରି ଥିବା 2 ଜଣଙ୍କୁ ଯଥାକ୍ରମେ ରୌପ୍ୟ ଓ ସ୍ଵର୍ଣ୍ଣପଦକ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ମୀପତ୍ ସିଂଘାନିଆ ପବ୍ଲିକ ସ୍କୁଲ ଓ ଲକ୍ଷ୍ମୀପତ୍ ହାଇ ସ୍କୁଲ ଓ ନୃତ୍ୟ ସଦନ ର ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଅନ୍ୟନ୍ୟ ଅତିଥି ଭାବେ କାଗଜ କଳ ର ବରିଷ୍ଠ ଅଧିକାରୀ,ଜିଲ୍ଲାର ସମସ୍ତ ଗଣ ମାଧ୍ୟମ ର ପ୍ରତିନିଧି, ରାୟଗଡା ର ଅନେକ ବରିଷ୍ଠ ନାଗରିକ ଓ ଜନପ୍ରତିନିଧି ଓ କମ୍ପାନୀ ରେ କାର୍ଯ୍ୟରତ ସମସ୍ତ ପରିବାର ବର୍ଗ ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୁନି କୁନି ପିଲାଙ୍କ ବିଭିନ୍ନ କିସମ ର ବେଶ ବୁସା ସାଙ୍ଗକୁ ବିଭିନ୍ନ ନୃତ୍ୟ ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରି ଦର୍ଶକ ଙ୍କ ମନ ମୋହି ଥିବା ଦେଖିବାକୁ ମିଳିଛି. ଶେଷରେ ଗୌରୀ ଶଙ୍କର , ମହାପ୍ରବନ୍ଧକ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version