ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଅଗ୍ରଣୀ ଡିଜିଟାଲ ମିଡ଼ିଆ times one odia ର ତୃତୀୟ ପ୍ରତିଷ୍ଠା ଦିବସ ସମାରୋହ ! ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ହୋଟେଲ ଏକସେଲେନସି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମକୁ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଉଦଘାଟନ କରିଥିଲେ ! times one odia ର ମୁଖ୍ୟ ସମ୍ପାଦକ ଅକ୍ଷୟ ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର , ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ଉପାଧ୍ୟକ୍ଷ ଆଶୁତୋଷ ସାମନ୍ତରାୟ , ବରିଷ୍ଠ ଉଦଘୋଷକ ଭବାନୀ ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ! ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା !
TIMES ONE ODIA ଚ୍ୟାନେଲ ର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ !!!

