Site icon Awaj Media

ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ସୁକିନ୍ଦାରେ ଭବ୍ୟ ସ୍ଵାଗତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆଗାମୀ ପୌଷ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ବିକ୍ରମ ସମ୍ବତ – ୨୦୮୦ , ୨୨ ଜାନୁଆରୀ ୨୦୨୪ ରିଖ ସୋମବାର ଦିନ ପ୍ରଭୁ ଶ୍ରୀ ରାମଙ୍କ ବିଗ୍ରହକୁ ଅଯୋଧ୍ୟାରେ ନିର୍ମିତ ହେଉଥିବା ନୂତନ ମନ୍ଦିରର ଗର୍ଭ ଗୃହରେ ପ୍ରାଣ ପ୍ରତିଷ୍ଠା କରାଯିବ । ସେହି ଉଦ୍ଦେଶ୍ୟରେ ଅଯୋଧ୍ୟାରୁ ଅକ୍ଷତ କଳସ ସୁକିନ୍ଦାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳର ବିଭିଦ କ୍ଷେତ୍ରରର କାର୍ଯ୍ୟକର୍ତ୍ତା ମାନେ ଏହି ପବିତ୍ର ଅକ୍ଷତ କଳସକୁ କଳିଙ୍ଗନଗର ଛକ ଠାରୁ ଭବ୍ୟ ସ୍ୱାଗତ କରି ଆଣି ସୁକିନ୍ଦାରେ ପହଞ୍ଚିଥିଲେ । ସୁକିନ୍ଦା ହନୁମାନ ଛକ ଠାରୁ ଅକ୍ଷତ କଳସକୁ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଅଣା ଜାରି ରାମ ମନ୍ଦିରରେ ସ୍ଥାପନା କରିଥିବା ଦେଖିବାକୁ ମିଳିଛି । ସୁକିନ୍ଦା ରାମ ମନ୍ଦିରରେ ଅକ୍ଷତ କଳସ ପହଞ୍ଚିବା ପରେ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଛି । ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ମାନେ ସୁକିନ୍ଦା ରାମ ମନ୍ଦିରରେ ପହଞ୍ଚି ଅକ୍ଷତ କଳସକୁ ଦର୍ଶନ କରି ସୌଭାଗ୍ୟ ଅର୍ଜନ କରୁଥିବା ଦେଖିବାକୁ ମିଳିଛି ।

Exit mobile version