Site icon Awaj Media

ବାଲ୍ୟ ବିବାହ, ଯୌତୁକ ପ୍ରଥା, ଶିଶୁ ଶ୍ରମିକ ସମାଜ ପାଇଁ କଳଙ୍କ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲ୍ୟ ବିବାହ, ଯୌତୁକ ପ୍ରଥା, ଶିଶୁ ଶ୍ରମିକ ସମାଜ ପାଇଁ କଳଙ୍କ ! ଏକବିଂଶ ଶତାବ୍ଦୀର ଆଜି ସୁଦ୍ଧା ସମାଜରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ପରି ସାମାଜିକ କୁସଂସ୍କାର ସମାଜ ପାଇଁ ଏକ ଏକ କଳଙ୍କ ବୋଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଗ୍ରାମୀଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ କର୍ମଶାଳା ରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାର ଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ଦ୍ଵାରା ନୃତନ ଉନ୍ନତ ଅଭିଳାଷ – ଓଡ଼ିଶା ଯୋଜନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ସାମାଜିକ କାର୍ଯ୍ୟକ୍ରମ କର୍ମଶାଳାରେ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମହାନ୍ତି ସଭାପତିତ୍ଵ କରିଥିବା ବେଳେ ନେହେରୁ ସେବା ସଂଘର ସମ୍ପାଦିକା ସୁଶ୍ରୀ ସରୋଜିନୀ ଦାସ ମୁଖ୍ୟ ଅତିଥି, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ, ଏକଦା ପରିଷଦ ଟ୍ରଷ୍ଟ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟା ଦେବୀ, ଶିକ୍ଷାବିତ ଶ୍ରୀଯୁକ୍ତ ତ୍ରିନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନେ ନିରନ୍ତର ବିକାଶ ଲକ୍ଷ୍ୟରେ ମାନବିକ ତଥା ସାମ୍ବିଧାନିକ ଅଧିକାରର ସୁରକ୍ଷା ସହ ବାଲ୍ୟ ବିବାହ, ଯୌତୁକ ପ୍ରଥାର ବିଲୋପ ଏବଂ ଶିଶୁ ଶ୍ରମିକ ପ୍ରଥାର ଉଛେଦ ପାଇଁ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସୁଚିତ୍ରା ଦାସ ଅତିଥି ପରିଚୟ ଏବଂ ନୋଡ଼ାଲ ଅଧିକାରୀ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ ମହାପାତ୍ର, ରୋଜାଲିନ ଦାସ, କଲ୍ୟାଣୀ ବୈରୀ ରଞ୍ଜନ, କସ୍ତୁରୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୩୦୦ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Exit mobile version