Site icon Awaj Media

ବାଲୁଗାଁ କଲେଜରେ ନୂଆ – ଓ କ୍ରୀଡ଼ା ମହୋତ୍ସବ ଉଦଘାଟନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ନୂଆ – ଓ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡ଼ା କାର୍ଯ୍ୟକ୍ରମ ବୁଧବାର ବାଲୁଗାଁ ମାଆ ଉତ୍ତରାଣୀ ଙ୍କ ପୀଠରୁ ମସାଲ ବିଦ୍ୟାଳୟର ଠାରେ ପହଞ୍ଚିବା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ମସାଲ ଗ୍ରହଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କ୍ରୀଡ଼ା ମହୋତ୍ସବର ଉଦଘାଟନ ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠୀ, ସୁଜାତା ପଣ୍ଡା, ଅନିତା ସ୍ୱାଇଁ, ଜୟନ୍ତ କୁମାର ସ୍ୱାଇଁଙ୍କ ସମେତ ପ୍ରାକ୍ତନ କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ଓ ବୈରାଗୀ ଚରଣ ବଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହାପରେ କ୍ରୀଡ଼ା କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ ରଥ,ସୁବ୍ରତ ତ୍ରିପାଠୀ, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ଧୋବୀ ପରିଡା, ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ,ବିମଳ ପଣ୍ଡା ପ୍ରମୁଖ ଦିବସ ବ୍ୟାପୀ ଖେଳ ପରିଚାଳନା କରିଥିଲେ l

Exit mobile version