Site icon Awaj Media

ବାଲୁଗାଁ କଲେଜରେ ଯୋଗ ଓ କ୍ରୀଡା ଉତ୍ସବ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) କାର୍ଯ୍ୟକ୍ରମରେ ଗୁରୁବାର ସକାଳେ ଶିକ୍ଷାର୍ଥୀ ମାନଙ୍କ ପାଇଁ ଯୋଗାଭ୍ୟାସ କରାଯାଇ ଯୋଗର ବିଭିନ୍ନ ସକାରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଆବାହକ ତଥା ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଅଧ୍ୟାପିକା ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ,ଧୋବୀ ପରିଡାଙ୍କ ତତତ୍ୱାବଧାନରେ ଏନସିସି କ୍ୟାଡେଟ, ଏନଏସଏସ ସ୍ବେଛାସେବୀ ଓ ଯୁବ ରେଡ କ୍ରସର ଛାତ୍ର ଛାତ୍ରୀ ମାନେ ଯୋଗାଭ୍ୟାସ କରିଥିଲେ l ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା,ଜୟନ୍ତୀ ଲାଲ ଚୌହାନ ଓ ବାଲୁଙ୍କେଶ୍ୱର ଜେନା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ l ଏହାପରେ କ୍ରୀଡ଼ା ମହୋତ୍ସବର ଦ୍ଵିତୀୟ ଦିନରେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ସରପଞ୍ଚ ଇଂ ବିଶ୍ୱ ବିହାରୀ ଗୁରୁ ଓ ଅଠର ବାଟିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦୀପକ କୁମାର ଜେନା ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳୀ ମାନଙ୍କୁ ବିଜୟ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୁକ୍ତ ତିନି ନୋଡାଲ ଅଫିସର ଡକ୍ଟର କୈଳାସ ଚନ୍ଦ୍ର ମହାରଣା l ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାରେ ଯୁକ୍ତ ଦୁଇ ନୋଡାଲ ଅଫିସର ଡକ୍ଟର ସନ୍ତୋଷ ରଥ, କ୍ରୀଡ଼ା ଆବାହକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ସୁବ୍ରତ କୁମାର ତ୍ରିପାଠୀ ମୃଦାନୀ ଶଙ୍କର ପ୍ରସାଦ ମିଶ୍ର,ହିମାଂଶୁ କୁମାର ଦାଶ,ବିମଳ ପଣ୍ଡା,ଉମାକାନ୍ତ ସାହୁ,ସ୍ୱାତୀ ସ୍ଵାଗତିକା ସାହୁ, ଝରଣା ନାଥ, ଧୋବୀ ପରିଡା,କ୍ରୀଡ଼ା ପରିଚାଳକ ବିଜୟ କୁମାର ରାଉତ,ମୁଖ୍ୟ କିରାଣୀ ସୁଧାକର ନାୟକ ପ୍ରମୁଖ ଯୋଗଦେଇ କୃତୀ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର, ଉପଢୌକନ,ପୁଷ୍ପ ଗୁଚ୍ଛ ଓ ପୁରସ୍କାର ପ୍ରଦାନ କରିଥିଲେ l ଉଭୟ ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ ଅନୁଷ୍ଠାନର ଛାତ୍ର ଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇ ସେମାନଙ୍କର କ୍ରୀଡ଼ା ଦକ୍ଷତା ପ୍ରତିପାଦିତ କରିଥିଲେ l କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ ଶଶିକାନ୍ତ ବେହେରା, ଦାଶରଥୀ ବଳିୟାରସିଂହ ଓ ରବୀନ କୁମାର ସ୍ୱାଇଁ l

Exit mobile version