Site icon Awaj Media

ଗୋଦାବରୀଶ ମହାବିଦ୍ୟାଳୟରେ ନୂତନ ଓଡ଼ିଶା ଉନ୍ନତ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ସରକାରଙ୍କ ନୂତନ ଓଡିଶା ଓ ଉନ୍ନତ ଓଡିଶା କାର୍ଯ୍ୟକ୍ରମ ଓଡିଶାର ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ପାଳିତ ହେଉଛି । ଶନିବାର ଏହି କ୍ରମରେ ଗୋଦାବରୀଶ ମହାବିଦ୍ୟାଳୟ ଓ ଏଥି ସହ ସଲଗ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହାର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ପୁର୍ବତନ ଓଡ଼ିଆ ଅଧ୍ୟାପକ ,ଓଡ଼ିଶାର ଲବ୍ଧପ୍ରତିଷ୍ଠ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଓଡ଼ିଶା ସଚିବାଳୟର ଅବସରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ବାଣପୁରର କଳା ସାହିତ୍ୟ ଇତ୍ୟାଦି ସମ୍ପର୍କରେ ବୁଝାଇ ସେଗୁଡ଼ିକର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିବା ନିମନ୍ତେ ଉପଦେଶ ଦେଇଥିଲେ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନକୁ ବୁଝାଇ କହିଥିଲେ।

ରସାୟନ ବିଜ୍ଞାନ ବିଭାଘର ଅଧ୍ୟାପିକା ଉତ୍କଳୀକା ପାଢୀ ମଞ୍ଚ ପରିଚାଳନା କରିଥିବା ବେଳେ ଯୁକ୍ତ ଦୁଇ ନୋଡାଲ ଅଫସର ଶ୍ରୀ ଜୟନ୍ତ କୁମାର ବିହାରୀ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କ ନାମ ଘୋଷଣା କରିଥିଲେ। ଏଷ୍ଟାବ୍ଳିସମେଣ୍ଟ ଅଧିକାରୀ ଶ୍ରୀ ଆଦିତ୍ୟ ସାରଥୀ ବେଦମତ୍ତା, ଶ୍ରୀମତୀ ଅନୀତା ଦଳେଇ, ଶ୍ରୀ ବାଦଲ ବେହେରା ,ସତ୍ୟାନନ୍ଦ ମହାରଣା, ସ୍ଵାଗତୀକା ସାହୁ ,ଡ଼ ଗୁରୁ କିଶୋର ନାୟକ,ରଶ୍ମିତା ମହାରଣା,ହିଟଲର ବେହେରାଙ୍କ ସମେତ ଏହି କାର୍ଯ୍ୟକ୍ରମକୁ ଏକ ମାସ ଧରି ପରିଚାଳନା କରିଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବାଣପୁର ଅଞ୍ଚଳର ସମସ୍ତ କର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Exit mobile version