Site icon Awaj Media

ବିଜୁ ଯୁବ ଛାତ୍ର ଜନତା ଦଳର ବନ୍ଧୁ ମିଳନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ନୂତନ ବର୍ଷ ଉପଲକ୍ଷେ କଟକ ସଦର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଶ୍ରୀରାମ କାଠଯୋଡି ନଦୀକୂଳରେ ଅବସ୍ଥିତ ବଂଶୀଧର ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କଟକ ସଦର ବିଜୁ ଜନତା ଦଳ ସଭାପତି ପ୍ରମୋଦ ମହାପାତ୍ର, ଯୁବନେତା ତଥା ଶିକ୍ଷାବିତ୍ ମନୋଜ କୁମାର ନାୟକ ଯୋଗଦେଇ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ଉତ୍ସାହିତ କରିବା ପାଇଁ ବୃକ୍ଷରୋପଣ କରିବା ସହିତ ଯୁବ ଛାତ୍ର ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ତଥା ବିଧାୟକଙ୍କ ପ୍ରତିନିଧି ମନୋରଞ୍ଜନ ମହାପାତ୍ର, ରାଜ୍ୟ ସାଧାରଣ ଛାତ୍ର ସମ୍ପାଦକ ବିଶାଲ ରାଏ, ରାଜ୍ୟ ଉପ ସଭାପତି ଭବାନୀଶଙ୍କର ଦାଶ, ଜିଲ୍ଲା ଯୁବ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, କଟକ ସଦର ଯୁବ ସଭାପତି ହିମାଂଶୁ ଦାଶ, କଟକ ସଦର ବ୍ଲକ ସଭାପତି ନିରଞ୍ଜନ ବେହେରା , ଯୁବ ସଂଗଠକ ପଦ୍ମନାଭ ଗୋଛାୟତ, ଛାତ୍ର ସମ୍ପାଦକ ପ୍ରକାଶ କୁମାର ମାଝି, ବସନ୍ତ କୁମାର ପଣ୍ଡା ଉପସ୍ଥିତ ଥିବାବେଳେ ୨୦୦ ରୁ ଊର୍ଦ୍ଧ୍ବ ଯୁବ ଛାତ୍ର ଯୋଗ ଦେଇଥିଲେ ।

Exit mobile version