ତେଲ ଗାଡ଼ିରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଚାଳକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ମୈଥାନ ଇସ୍ପାତ୍ କୁ ଆସିଥିବା ତେଲ ଗାଡ଼ିରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ଚାଳକ ! କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନେକ କଳ କାରଖାନା ଅସୁରକ୍ଷିତ ଭାବରେ ରହିଛି । କଳକାରଖାନାରେ ସୁରକ୍ଷା ବ୍ୟବସ୍ଥାର ଅବସ୍ଥା ଠିକ୍ ନାହିଁ ବୋଲି କୁହାଯାଉଛି । ସୂଚନା ମୁତାବକ ରାତିରେ କଳିଙ୍ଗନଗର ସ୍ଥିତ ମୈଥାନ ଇସ୍ପାତ କାରଖାନାକୁ ଫର୍ନେଶ ଚାଲିବା ପାଇଁ ଆସିଥିବା ଡିଜେଲ ଗାଡ଼ିରେ କୌଣସି କାରଣ ବସତ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ , ନିଆଁ ପ୍ରାୟ ଶହେ ରୁ ଦୁଇ ଶହ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଠିଥିଲା । ଯାହା କାରଖାନା ଆଖ ପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲା । ଅଗ୍ନିକାଣ୍ଡରେ ତେଲ ନେଇ ଆସିଥିବା ଗାଡ଼ି ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ , ଚାଳକ କିମ୍ବା ଅନ୍ୟ କାହାର କିଛି କ୍ଷତି ହୋଇନାହିଁ । ଖବର ପାଇ ସ୍ଥାନୀୟ ଅଞ୍ଚଳର ତିନୋଟି ଅଗ୍ନିଶମ ବାହିନୀ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *