ଅର୍ବାନ ବ୍ୟାଙ୍କ୍ ପଡିଆ ରେ ୱାଣ୍ଡରେଲା ପ୍ଲେ ସ୍କୁଲ ର ୯ ମ ବାର୍ଷିକ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅର୍ବାନ ବ୍ୟାଙ୍କ୍ ପଡିଆ ରେ ୱାଣ୍ଡରେଲା ପ୍ଲେ ସ୍କୁଲ ର ୯ ମ ବାର୍ଷିକ ଉତ୍ସବ ଆୟୋଜିତ ! ବାର୍ଷିକ ଉତ୍ସବ ରେ ପାରଳା ପୌରଧ୍ୟକ୍ଷl ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଓଡ଼ିଶା ସଙ୍ଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ରଘୁନାଥ ପାତ୍ର, ଓଡିଶୀ ନୃତ୍ୟଶିଳ୍ପୀ ତଥା ଦେବଦାସୀ, ଭକ୍ତି ଆଖଡ଼ା ଓ ନୁପୁର ପରି ଟେଲିିଭିଜନ କାର୍ଯ୍ୟକ୍ରମ ର ବିଚାରକ ଗୁରୁ ଶ୍ରୀ ବିବେକ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ପ୍ରିନ୍ସ ଡାନ୍ସ ଗ୍ରୁପ୍ରର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀ ଟି. କ୍ରୀଷ୍ଣା ମୋହନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ର ନିର୍ଦ୍ଦେଶକ ଶ୍ରୀ ମୋନୋଜ କୁମାର କର ନିଜ ସ୍ବାଗତ ଅଭିଭାଷଣ ମାଧ୍ୟମ ରେ ବିଦ୍ୟାଳୟ ର ୯ମ ବର୍ଷ ର ପରିଶ୍ରମ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଅଧକ୍ଷା ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ ବିଦ୍ୟାଳୟ ର ବାର୍ଷିକ ବିବୋରଣି କୁ ଏକ ସୁନ୍ଦର ଭିଡିଓ ମାଧ୍ୟମ ରେ ଉପସ୍ଥାପନା କରିଥିଲେ । ଶ୍ରୀମତୀ ନିର୍ମଳା ସେଠୀ ବିଦ୍ୟାଳୟ ର କାର୍ଯ୍ୟ କୁଶଳତା ଉପରେ ନିଜର ଖୁସୀ ବ୍ୟକ୍ତ କରିଥିଲେ । ଗୁରୁ ଶ୍ରୀ ରଘୁନାଥ ପାତ୍ର ବିଦ୍ୟାଳୟ ର କୁନି କୁନି ପିଲାଙ୍କ ସଫଳତା କୁ ଉଚ୍ଚ ପ୍ରଶଂସା କରିଥିଲେ । ଗଜପତି ଜିଲ୍ଲା ର ଏହି ବିଦ୍ୟାଳୟ ଅନ୍ୟ ବଡ଼ ବଡ଼ ସହର ପାଇଁ ଏକ ଉଦାହରଣ ବୋଲି ଗୁରୁ ବିବେକ ମହାନ୍ତି ତାଙ୍କୁ ଅଭିଭାଷଣ ରେ କହିଥିଲେ । ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ବିଦ୍ୟାଳୟ ର ପରିଚାଳନା କୁ ପ୍ରଶଂସା କରିଥିଲେ । ଶ୍ରୀ ଟି. କ୍ରୀଷ୍ଣା ରେଡ୍ଡୀ କୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚକୋଟୀର ଥିବା ଅଭିବ୍ୟକ୍ତ କରିଥିଲେ । ସମ୍ପର୍ଣ୍ଣ କାର୍ଯ୍ୟକ୍ରମ କୁ ଶ୍ରୀମତୀ ଲିନା କର,ଶ୍ରୀମତୀ ସ୍ୱାଗତିକା ମିଶ୍ର ପରିଚାଳନା କରିଥିଲେ । ଉପସ୍ଥାପିକା ତପସୀ ଏବଂ ସାଇ ସ୍ୱରୂପ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ । ଏହା ସହିତ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ତଥା ଶ୍ରୀମତୀ ସ୍ତିତପ୍ରଜ୍ଞା ବେହେରା,ମଧୁସ୍ମିତା ପଟ୍ଟନାୟକ, କୁସବୁ ରାଜ କୁମାରୀ, ଶୁଭଶ୍ରୀ ଭୁକ୍ତା, ନୀଲିମା ପାଣିଗ୍ରାହୀ, ରଶ୍ମିତା ପାତ୍ର, ଡlଇନା ଚିଞ୍ଚନୀ,ମାମୁନି ସେନାପତି, ସୁଦର୍ଶନl ମହାରଣା, ସନ୍ଧ୍ୟାରାଣୀ ମହାନ୍ତି ଓ ଶିବାନୀ ଖଡଗରାୟ ଏବଂ ଡାନ୍ସ ଶିକ୍ଷକ ଗ୍ରେସ ସାମଲ ଦ୍ଵାରା ପରିଚଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *