ବଡ଼ମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ରେ ନୂତନ ସିଭିଲ ଜର୍ଜ କୋର୍ଟ ପ୍ରକୋଷ୍ଠ ଲୋକାର୍ପିତ ହୋଇଯାଇଛି। ଏହି ଉତ୍ସବ ରେ କଟକ ହାଇକୋର୍ଟ ର ମୁଖ୍ୟ ବିଚାରପତି ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ବଡ଼ମ୍ବା ବ୍ଲକ୍ ବାର୍ ଆସୋସିଏସନ୍ ର ସମସ୍ତ ଆଇନଜୀବୀ , ଆଠଗଡ଼ ପୋଲିସ୍ ଉପଖଣ୍ଡ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ରା ଏବଂ ବଡ଼ମ୍ବା ଅଞ୍ଚଳ ର ଵହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ବଡ଼ମ୍ବା ବ୍ଲକ୍ , ତହସିଲ ଓ ମୁଖ୍ୟ ବଜାର କୁ ପୋଲିସ୍ ବିଭାଗ ପକ୍ଷରୁ କଡା ସୁରକ୍ଷା ବଳୟ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ବଡମ୍ବା ରେ ସିଭିଲ ଜର୍ଜ କୋର୍ଟ ର ନୂତନ ପ୍ରକୋଷ୍ଠ ଲୋକାର୍ପିତ : ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କୁ ଭବ୍ୟ ସ୍ୱାଗତ !!!

