Site icon Awaj Media

ବାଣପୁର ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ରଜତ ଜୟନ୍ତୀ ସମାରୋହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆମର ପରମ୍ପରା ଐତିହ ସଂସ୍କୃତି ଅତୀବ ଉଚ୍ଚକୋଟୀର ଏହାକୁ ରକ୍ଷା କରିବା ସହ ଦେଶ ଓ ସମାଜର ଉନ୍ନତି କରିବା ପାଇଁ ସମସ୍ତ ଛାତ୍ର ସମାଜ ଏହାକୁ ସେମାନଙ୍କର ବ୍ରତ ଭାବରେ ଗ୍ରହଣ କରିବା ସହ ଆମର ସମର୍ପିତ ଦର୍ଶନ ବସୁଧୈବ କୁଟୁମ୍ଭକମ୍ ନୀତି ଓ ଆଦର୍ଶକୁ ଗ୍ରହଣ କଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ତଥା ଛତିଶଗଡର ମହାମହିମ ରାଜ୍ୟପାଳ ମାନ୍ୟବର ବିଶ୍ବଭୂଷଣ ହରିଚନ୍ଦନ ବାଣପୁର ସିସ୍ଥ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ରଜତ ଜୟନ୍ତୀ ସମାରୋହ ର ପ୍ରଥମ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ରଜତ ଜୟନ୍ତୀ କାର୍ଯକ୍ରମ ଆରମ୍ଭ ରେ ମହାମହିମ ରାଜ୍ୟପାଳ ଙ୍କୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀମାନେ ଘୋଷ ବାଦ୍ୟ ସହ ମଞ୍ଚ କୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସଭାପତି ରାଜ କିଶୋର ଭୋପା ସଭାପତିତ୍ବ କରିଥିଲେ। ସମ୍ପାଦକ ଶ୍ୟାମ ସୁନ୍ଦର ମିଶ୍ର ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ରୂପେ ବାନପ୍ରସ୍ଥ ସାଧକ ଆଶ୍ରମ ରୋଜଡ ଗୁଜୁରାଟର ସଚିବ ସ୍ବାମୀ ମୁକ୍ତାନନ୍ଦଜୀ ପରିବ୍ରାଜକ, ମୁଖ୍ୟ ବକ୍ତାରୂପେ ଶିକ୍ଷା ବିକାଶ ସମିତିର ସଭାପତି କୁଳମଣି ମିଶ୍ର ଓ ସମ୍ମାନିତ ଅତିଥି ରୂପେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସଭା ଆରମ୍ଭ ରେ ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଶେଷରେ ଅଞ୍ଚଳର କେତେକ ବିଶିଷ୍ଟ ବ୍ୟକ୍ତି ଙ୍କୁ ସେମାନଙ୍କର ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ସରସ୍ବତୀ ବିଦ୍ୟା ମନ୍ଦିର ର ଏହି ରଜତ ଜୟନ୍ତୀ ଉତ୍ସବ ତିନି ଦିନ ଧରି ବିଦ୍ୟାଳୟ ପ୍ରାଙ୍ଗଣରେ ମହାସମାରୋହ ରେ ହେଉଛି । ପ୍ରଥମ ଦିନ ସଭା ଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Exit mobile version