Site icon Awaj Media

ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ବ୍ରହ୍ମପୁର ଟପ୍ପର ଶୁଭସ୍ମିତା ସାହୁ !!!

Spread the love

ବ୍ରହ୍ମପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚଳିତ ଶିକ୍ଷା ବର୍ଷର ପ୍ରକାଶିତ ହୋଇଥିବା ତୃତୀୟ ଓ ପଞ୍ଚମ ସରକାରୀ ବୃତ୍ତି ପରୀକ୍ଷାରେ ଶିବାନନ୍ଦ ନଗର ମା’ ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ଶତ ପତିଶତ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ କୁ ବଜାୟ ରଖିଛନ୍ତି। ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ୪ ଜଣ ଶିଶୁ ପରୀକ୍ଷା ଦେଇ ୪ ଜଣ ଶିଶୁ କୃତିତ୍ୱର ସହ ସଫଳତା ହାସଲ କରିଛନ୍ତି। ଇପ୍ସିତା ନାୟକ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀତମ ଗୌଡ ୩ୟ ଅନ୍ୟାନ୍ୟ ପାଢ଼ୀ ୭ମ ସ୍ଥାନ ଓ ସ୍ଵସ୍ତିକ କୁମାର ପାଠୀ ଏକାଦଶ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପଞ୍ଚମ ମେଧାବୃତ୍ତି ପରୀକ୍ଷାରେ ଶୁଭସ୍ମିତା ସାହୁ ବ୍ରହ୍ମପୁର ଟପ୍ପର ହୋଇ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟା ମନ୍ଦିରର ସୁନାମ ଅର୍ଜନ କରିଛନ୍ତି। ଏ. ସୌଜନ୍ୟା ତୃତୀୟ ସ୍ଥାନ, ଆଦିତ୍ୟ ସାହୁ ଚତୁର୍ଥ ସ୍ଥାନ ଓ ପ୍ରୀତିପୁନମ ସ୍ୱାଇଁ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ଶିକ୍ଷା ଅନୁଷ୍ଠାନର ଏହି ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଡ଼ ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଉପସଭାପତି ଦେବେନ୍ଦ୍ର ପାଢ଼ୀ, ସମ୍ପାଦକ ଯଜ୍ଞନାରାୟଣ ପାଠୀ, ବିଦ୍ୟା ମନ୍ଦିର ପ୍ରତିଷ୍ଠାତା ଗୌରୀ ଶଙ୍କର ପାତ୍ର, ପ୍ରଧାନ ଆଚାର୍ଯ୍ୟ ମମତା କୁମାର ପଟ୍ଟନାୟକ ଓ ବଳରାମ ସାହୁଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଓ ଅଭିଭାବକ ମାନେ ଶୁଭେଛା ଜଣେଇଛନ୍ତି ।

Exit mobile version