Site icon Awaj Media

ଡେରାବିଶ ବ୍ଲକ କୁସିଆପାଳ ପଂଚାୟତର ଲକ୍ଷ୍ମଣଜୀଉ ମନ୍ଦିର ପରିସରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ବ୍ଲକ ରେ ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ ପାଳିତ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ରେ ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ପ୍ରତି ଜିଲ୍ଲା , ନିର୍ବାଚନ ମଣ୍ଡଳୀ ଓ ପଞ୍ଚାୟତ ସ୍ତରରେ ଉତ୍ସବ ପାଳନ କରାଯାଉଛି । ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଆଜି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁସିଆପାଳ ପଂଚାୟତର ଲକ୍ଷ୍ମଣଜୀଉ ମନ୍ଦିର ପରିସରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମ ଆରମ୍ଭରେ ବିଜୁ ବାବୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହିତ ଉତ୍ସବରେ ବିଜେଡିର ଅନେକ କର୍ମୀ ଓ ନେତା ସାମିଲ ହୋଇଥିଲେ । 1997 ମସିହା ଆଜିର ଦିନରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ଏହି ଦଳ ଲଗାତାର 24 ବର୍ଷରୁ ଉର୍ଦ୍ଧ ହେଲା ରାଜ୍ୟରେ ଶାସନ କରି ଆସୁଛି । ଆଗାମୀ 2024 ନିର୍ବାଚନ ଦୃଷ୍ଟିରୁ ଚଳିତ ବର୍ଷ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନୀତି ଆପଣେଇଛି ଦଳ !

Exit mobile version