Site icon Awaj Media

ବାଲୁଗାଁ ମହାବିଦ୍ୟାଳୟରେ ଉଦଘାଟିତ ହେଲା ଜାତୀୟ ସେବା ଯୋଜନାର ଶୀତ ସ୍ଵତନ୍ତ୍ର ଶିବିର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଶୀତ ସ୍ଵତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ କଳ୍ପନା ଦାସ ସଭାପତିତ୍ବ କରିଥିବା ବେଳେ ରାଜ୍ୟ ପୁରସ୍କାରପ୍ରାପ୍ତ ପୂର୍ବତନ କାଯ୍ୟକ୍ରମ ଅଧିକାରୀ ଡଃ କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉଦଘାଟନ ସମାରୋହରେ ସିୱାଇଏସଡିର ସମ୍ପାଦକ ଜିତେନ୍ଦ୍ର କୁମାର ସୁନ୍ଦରାୟ , ଖୋର୍ଦ୍ଧା ଜିଲ୍ଲା କାଯ୍ୟକ୍ରମ ଅଧିକାରୀ ଡଃ ଜୟଶ୍ରୀବାଳା ମଲ୍ଲିକ ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ସ୍ବେଚ୍ଛାସେବୀ ବିକ୍ରମ ବିଶୋଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସେବା ଓ ସମର୍ପଣ ଦ୍ଵାରା ସମାଜର ଉନ୍ନତି ସମ୍ଭବ ହୋଇଥାଏ ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରକାଶ କରିଥିଲେ । ଏହି ଉତ୍ସବରେ ଯୁବ ରେଡକ୍ରସର ପରାମର୍ଶଦାତା ତଥା ଅଧ୍ୟାପିକା ମନସ୍ଵିନୀ ପଟ୍ଟନାୟକ, ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ସୁବାସ ଶ୍ରୀଚନ୍ଦନ, ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ପ୍ରବୀଣ କୁମାର ଜେନା ଓ ଧୋବି ଚରଣ ପରିଡ଼ା ପ୍ରମୁଖ ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ ଓ ଯୁବ ସମାଜର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶିବିରରେ ୧୦୦ ଜଣ ଶିବିରାର୍ଥୀ ଯୋଗ ଦେଇଥିବା ବେଳେ କାଯ୍ୟକ୍ରମର ପରିସମାପ୍ତି ପରେ ସ୍ବେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ସ୍ବେଚ୍ଛାସେବୀ ମାନେ ଶାନ୍ତି ନଗର, ଗୋପବନ୍ଧୁ କଲୋନୀ ପ୍ରଭୃତି ପୋଷ୍ୟଗ୍ରାମକୁ ଯାଇ ସାକ୍ଷରତାର ସର୍ବେକ୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାଯ୍ୟକ୍ରମ ଅଧିକାରୀ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ପରିଚାଳନା କରିଥିଲେ ।

Exit mobile version