Site icon Awaj Media

ଦାମୋଦରପୁର ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦାମୋଦରପୁର ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ, ମୁଖ୍ୟରାସ୍ତାକୁ ଅବରୋଧ କଲେ ଉତ୍ତେଜିତ ଲୋକ ! ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣାରେ ଜଣେ ବାଇକ ଆରୋହି ଯୁବକ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ବିଭିନ୍ନ ଦାବି ନେଇ ଦାମୋଦରପୁର ପାଖ ମୁଖ୍ୟ ଖଣି ଅଞ୍ଚଳ ଯିବା ରାସ୍ତାକୁ ଅବରୋଧ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଖବର ଅନୁଯାୟୀ କାଙ୍କଡ଼ପାଳ ପଞ୍ଚାୟତ କରଡ଼ାପାଳ ଗ୍ରାମର ଯୁଗଳ ଦେହୁରୀଙ୍କ ପୁଅ ଗୋବର୍ଦ୍ଧନ ଦେହୁରୀ କଳିଙ୍ଗନଗର ସ୍ଥିତ ଘରୋଇ ପ୍ଲାଣ୍ଟକୁ କାମ କରିବାକୁ ଯାଉଥିବା ସମୟରେ ଏକ ଅଜଣା ଗାଡି ବାଇକକୁ ସାମ୍ନା ପଟରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ! ପରେ ସ୍ଥାନୀୟ ଲୋକେ ଗୋବର୍ଦ୍ଧନଙ୍କୁ ତୁରନ୍ତ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ! ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ! ତେବେ ଏହାକୁ କେନ୍ଦ୍ର କରି ଉତେଜିତ ଲୋକ ମାନେ ଦାମୋଦରପୁର ପାଖ ମୁଖ୍ୟ ରାସ୍ତା ରୋକ କରିଥିଲେ ! ଯାହା ଫଳରେ ଖଣି ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ! ଘଟଣାସ୍ଥଳରେ ସୁକିନ୍ଦା ତହସିଲଦାର ଦମୟନ୍ତି ସାହୁ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏବଂ କାଳିଆପାଣି, ସୁକିନ୍ଦା ଏବଂ କଳିଙ୍ଗନଗର ଥାନାର ଅଧିକାରୀ ଉପସ୍ଥିତ ରହି ଉତ୍ତେଜିତ ଲୋକମାନଙ୍କୁ ବୁଝାଇ ରାସ୍ତାରୋକ ହଟାଇବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା !

Exit mobile version