ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଆଠ ଦଫା ଦାବି ନେଇ ଧାରଣାରେ ବସିଲେ ଶ୍ରମିକ । ପାରାଦୀପ ତୈଳ ବିଶୋଧନାଗାର ଫାଟକ ଆଗରେ ସକାଳୁ ସକାଳୁ ଶ୍ରମିକ ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ପେଟ୍ରୋଲିୟମ୍ ପ୍ରଡକ୍ଟସ୍ ହ୍ୟାଣ୍ଡେଲିଂ ଆଣ୍ଡ କ୍ୟାରିଅର୍ସ ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷ୍ୟରୁ ଶହଶହ ଶ୍ରମିକ ଆଜି ଏହି ଧାରଣାରେ ସାମିଲ ହୋଇଛନ୍ତି । ଦୀର୍ଘବର୍ଷ କାମ କଲାପରେ ଶ୍ରମିକ ମାନଙ୍କୁ ପଦୋନ୍ନତି ନଦେବା, ଶ୍ରମିକ ମାନଙ୍କୁ ବିନା କାରଣରେ ଛଟେଇ କରିବା ବନ୍ଦ କରିବା ଓ ଛଟେଇ ହୋଇଥିବା ଶ୍ରମିକ ମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା ,କାର୍ଯ୍ୟ ରେ ଶ୍ରମିକ ମାନଙ୍କ ମୃତ୍ୟୁ ହେଲେ ପରିବାରର ଜଣଙ୍କୁ ନିଯୁକ୍ତି ଦେବା ସହ ୧୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା, ଶ୍ରମିକ ମାନଙ୍କୁ ରହିବା ପାଇଁ ଜମି ପଟ୍ଟା ପ୍ରଦାନ କରିବା ଅବସର ନେବାପରେ ଗ୍ରାଚୁଇଟ୍ ପ୍ରଦାନ କରିବା ପାଇଁ ଶ୍ରମିକ ମାନେ ଅଡି ବସିଛନ୍ତି । ଯେପର୍ଯ୍ୟନ୍ତ କମ୍ପାନୀ ମ୍ୟାନେଜମେଣ୍ଟ ଏସବୁ ଦାବି ପୂରଣ ନକରିଛି ସେପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ଶ୍ରମିକମାନେ କହିଛନ୍ତି ।
ଆଠ ଦଫା ଦାବିରେ ଶ୍ରମିକଙ୍କ ଧାରଣା !!!

