Site icon Awaj Media

ରାସ୍ତାରେ ନାହିଁ ସତର୍କ ସୂଚନା ଫଳକ : ଘଟୁଛି ଲଗାତାର ଦୁର୍ଘଟଣା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦୁର୍ଘଟଣାରେ ବାପ, ପୁଅ ଗୁରୁତର, କଟକ ସ୍ଥାନାନ୍ତର ! ୫୩ ନଂ ଜାତୀୟ ରାଜପଥର ସୁକିନ୍ଦା ଛକ ରେଙ୍ଗାଲି ପୋଲ ନିକଟରେ ଏକ ଦୁର୍ଘଟଣା ଘଟି ବାପ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଯାଜପୁର ଟାଉନ୍ ଏନସି କଲେଜ ପାଖ ବାଣପୁର ଅଞ୍ଚଳର ବଳରାମ ସାହୁ ଓ ତାଙ୍କ ପୁଅ କ୍ଷୀରୋଦ ସାହୁ ବାଇକ ଯୋଗେ ଅନୁଗୁଳରୁ ଫେରୁଥିବା ସମୟରେ ସୁକିନ୍ଦା ଛକ ନିକଟ ରେଙ୍ଗାଲି ପୋଲ ପାଖ ରାସ୍ତା ଅବରୋଧ ସ୍ଥାନରେ ୧୦ଫୁଟ ତଳକୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ଜାତୀୟ ରାଜପଥ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା କାରଣରୁ ସେହି ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି । କିନ୍ତୁ ସେହି ସ୍ଥାନରେ ଆବଶ୍ୟକୀୟ ସୂଚନା ଫଳକ ଲଗାଯାଇ ନାହିଁ । ସେଠାରେ ଥିବା ଇଣ୍ଡିକେଟର ଲାଇଟ୍ ଅଚଳ ହୋଇପଡ଼ିଥିବା କାରଣରୁ ସମସ୍ତ ଦୁର୍ଘଟଣା ସନ୍ଧ୍ୟାପରେ ହେଉଥିବା ଦେଖିବାକୁ ମିଳିଛି । ସେହି ସ୍ଥାନରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

Exit mobile version