Site icon Awaj Media

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ ଓ ଅକ୍ଷତ କଳସ ପରିକ୍ରମା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ନିମନ୍ତ୍ରଣ ଓ ଅକ୍ଷତ ରଥକୁ ରାମ ସାଗର ଠାରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ଶୋଭାଯାତ୍ରାରେ କେରାଣ୍ଡି ଗ୍ରାମ ପରିକ୍ରମା କରାଯାଇଛି ! ଗ୍ରାମର ରାଧା ଗୋବିନ୍ଦ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ବାରା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନାମ ସଂକୀର୍ତ୍ତନ ଓ ହନୁମାନ ଚାଲିଶା ଗାନ କରି ରାମ ସାଗର ଛକ ଠାରୁ ଏକ ବିରାଟ ପଟୁଆରରେ ନୂଆ କେରାଣ୍ଡି ଓ ପୁରୁଣା କେରାଣ୍ଡି ପରିକ୍ରମା କରାଯାଇଥିଲା । ମନୋରଞ୍ଜନ ନାୟକ ମୁଣ୍ଡରେ କଳସ ଧରି ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହନ୍ତ ମହାରାଜା ଦାମଦୋର ଦାସ, ଦେବୀ ମଠ ମହନ୍ତ ରାମାନନ୍ଦ ଦାସ ମହାରାଜା, ରାଧାକାନ୍ତ ସାହୁ, ଗିରିଶ ନାୟକ, ୱାର୍ଡ ସଭ୍ୟ ସରୋଜ ଜେନା, ମନୋରଞ୍ଜନ ନାୟକ, ୱାର୍ଡ ସଭ୍ୟ ଶ୍ରୀକାନ୍ତ ବରାଡ଼, ରାଜେନ୍ଦ୍ର ଜେନାଙ୍କ ସମେତ ଶତାଧିକ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ପ୍ରମୁଖ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ନୂଆ କେରାଣ୍ଡି ଓ ପୁରୁଣା କେରାଣ୍ଡି ଗ୍ରାମ ପରିକ୍ରମା ପରେ କଳସକୁ ଗ୍ରାମର ରାଧାଗୋବିନ୍ଦ ମନ୍ଦିରରେ ରଖାଯାଇଥିଲା !

Exit mobile version