Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୧୯୮ ତମ ସାପ୍ତାହିକ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ତାଣ୍ଡବଲୀଳାରେ ସମଗ୍ର ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ ଜୀବନକୁ ବାଜି ଲଗାଇ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆଜକୁ ଦୀର୍ଘ ୧୩୮୬ ଦିନ ଧରି ମହାମାରୀ କରୋନା ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ଲୋକ ମାନଙ୍କୁ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ମାଧ୍ୟମରେ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରଖିଛି। ସଚେତନତା ଫଳରେ ଭାରତରୁ କୋଭିଡ୍ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଥିବା ବେଳେ ଗତ ରବିବାର ତାହା ବଢ଼ିବଢ଼ି ୪,୩୦୯ରେ ପହଞ୍ଚି ଥିଲା। ପୁନଶ୍ଚ କମିବାରେ ଲାଗିଛି। ସରକାରୀ ତଥ୍ୟ ଅନୁଯାୟୀ ମଙ୍ଗଳ ବାର ଏହାର ସଂଖ୍ୟା ଥିଲା ୪,୫୬୫ ବୁଧ ବାର ୪,୪୪୦ ଗୁରୁ ବାର ୪,୪୨୩ ଶୁକ୍ର ବାର ୪,୩୩୪ ଆଉ ଆଜି ଶନିବାର ଏହାର ସଂଖ୍ୟା ୪,୧୮୭ ରହିଥିବାର ସୂଚନା ମିଳିଛି । ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ଦିନ ସଂଖ୍ୟା ୧୩୮୦ ଓ ୧୩୮୬ ସାତ ଦିନ ଧରି ଅର୍ଥାତ୍ ଗତ ୩୧ଡିସେମ୍ବର ୨୦୨୩ ରୁ ୦୬ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଫାଉଣ୍ଡେସନର ୧୯୮ ସପ୍ତାହରେ ଓଡିଶାର ବିଭିନ୍ନ ସ୍ଥାନରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ଲୋକ ମାନଙ୍କୁ ରିଲିଫ୍ ବଣ୍ଟନ ଜାରି ରହିଥିବାର ଦେଖିବାକୁ ମିଳିଛି। ସମାଜସେବୀ ଶ୍ରୀକ୍ଷେତ୍ର ସାହୁ,ସୁମନ ମଲ୍ଲିକ ଏବଂ ତାଙ୍କର ସାଥି ମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି।

Exit mobile version