Site icon Awaj Media

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀଳମାଧବ ମନ୍ଦିର ର ସେବାୟତ ମାନଙ୍କୁ ନିମନ୍ତ୍ରଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନର ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦୁଇ ଜଣ ସେବାୟତ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଆସିଥିଲେ । ସେମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ତହସିଲଦାର ଏବଂ ନୀଳମାଧବ ମନ୍ଦିରର ସେବାୟତ ମାନେ ପୁଷ୍ପମାଳ ତଥା ସଂକୀର୍ତନ ମଣ୍ଡଳୀ ଦ୍ୱାରା ସ୍ୱାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ । ପ୍ରଭୁ ନୀଳମାଧବଙ୍କ ସମ୍ମୁଖରେ ଶ୍ରୀମନ୍ଦିରରୁ ଆସିଥିବା ସେବାୟତ ମାନେ ନୀଳମାଧବଙ୍କ ସେବାୟତ ମାନଙ୍କୁ ନିମନ୍ତ୍ରଣ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୟାଗଡ଼ ଜିଲ୍ଲାର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ଠାରୁ ତା. ୦୬.୦୧.୨୦୨୪ରିଖରୁ ତା.୧୫.୦୧.୨୦୨୪ରିଖ ପର୍ଯ୍ୟନ୍ତ ମୁଠାଏ ଅରୁଆ ଚାଉଳ ଏବଂ ଗୋଟିଏ ଗୁଆ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ପାଇଁ ନିବେଦନ କରାଯାଇଛି । ଏଥି ନିମନ୍ତେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ଆସନ୍ତା କାଲି ଠାରୁ ସମର୍ପଣ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Exit mobile version