ବାଙ୍କୀ ରେ କେନ୍ଦ୍ରମନ୍ତ୍ରୀଙ୍କ ଚା ଖଟିରେ ଚର୍ଚ୍ଚା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ ବୈଷ୍ଣବ ଙ୍କ ବାଙ୍କୀ ଗସ୍ତ ଅବସରରେ ନୃସିଂହ ଛକ ଠାରେ ବାଙ୍କୀବାସୀଙ୍କ ତରଫରୁ ତାଙ୍କୁ ନାଗରିକ ସଂବର୍ଦ୍ଧନା ଦିଆଯିବା ଅବସରରେ ‘ଚା ଖଟିରେ ଚର୍ଚ୍ଚା ‘ ଆୟୋଜିତ ହୋଇଥିଲା ! କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବାଙ୍କୀ ଗସ୍ତ ସମୟରେ ବାଙ୍କୀର ନୃସିଂହ ଛକ ଠାରେ ବିଜେପି ନେତା ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଜୟ କୁମାର ସ୍ବାଇଁଙ୍କ ନେତୃତ୍ଵରେ ଭବ୍ଯ ସ୍ବାଗତ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ନୃସିଂହ ଛକଠାରେ ଚା ଖଟିରେ ଶହ ଶହ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଉପସ୍ଥିତ ରହି ଜୟ ଜଗନ୍ନାଥ, ଜୟ ମା ଚର୍ଚ୍ଚିକା କହି ବାଙ୍କୀ ବାସୀଙ୍କୁ ସମ୍ବୋଧନ କରି ଅନେକ ଖୁସି ବ୍ଯକ୍ତ କରିଥିଲେ । ମନ୍ତ୍ରୀ ନିଜେ ହାତରେ ଚା ବାଣ୍ଟି ବାଙ୍କୀବାସୀଙ୍କୁ ପ୍ରଶଂସା କରିବା ସହିତ ଉପସ୍ଥିତ ଲୋକ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ତାଙ୍କ ବାର୍ତ୍ତା ଓ ଚର୍ଚ୍ଚାରେ ଲୋକଙ୍କ ଖୁସି ଦେଖି ଅଜୟ କୁମାର ସ୍ବାଇଁ ଆଲୋଚନା କ୍ରମେ ବାଙ୍କୀକୁ ମନେ ପକାଇବା ପାଇଁ ରତାଗଡ ଠାରେ “ବାଙ୍କୀ ରୋଡ” ନାମରେ ଏକ ରେଳ ରହଣି ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ । ଯାହାକି ବାଙ୍କୀ ନିର୍ବାଚନ ମଣ୍ଡଳୀର ଦିର୍ଘ ଦିନର ଦାବୀ ଅଟେ ।ଉକ୍ତ ଚା ଖଟିରେ ନୃସିଂହ ଛକର ସମସ୍ତ ବ୍ଯବସାୟୀ ବନ୍ଧୁ, ସାଧାରଣ ଜନତା, ବାଙ୍କୀ ଏନ୍ ଏ ସି ର କାର୍ଯ୍ୟକର୍ତ୍ତା ଦିନେଶ ଲାଲ, ଡମପଡା ବ୍ଲକ ର ସୁରେଶ ଦାସ, କଳାପଥର ନିକଟସ୍ଥ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ପ୍ରମୋଦ କୁମାର ନାୟକ, ସୁବର୍ଣ୍ଣପୁରର ପ୍ରଭାତ ରଣା, ଗୋପାଳପୁର ମଣ୍ଡଳର ପଦ୍ମଲୋଚନ ନାୟକ, ବ୍ରହ୍ମପୁରା ର ମଦନମୋହନ ରାଉତଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କଟକ ଜିଲ୍ଲା ସଂଯୋଜକ ସିଦ୍ଧେଶ୍ବର ପାଇକରାୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବରିଷ୍ଠ ନେତା ନିତ୍ଯାନନ୍ଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *