Site icon Awaj Media

ୟୋର୍ସ୍ ହୋପ୍ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ୱତୀ ନାୟକ : ୟୋର୍ସ୍ ହୋପ୍ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସମାଜସେବୀ ରିନାରାଣୀ ନାୟକ ଙ୍କ ତତ୍ବାବଧାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ । ସଡକ ସୁରକ୍ଷା ଉପରେ ସଚେତନ କରିବାକୁ ଯାଇ ଜନ ସାଧାରଣ ଙ୍କୁ ବିନମ୍ର ଅନୁରୋଧ କରାଯାଇଥିଲା ନିଜେ ନିଜର ଧ୍ୟାନ ଦେବାକୁ । ଭୁବନେଶ୍ଵର ଚନ୍ଦ୍ରଶେଖରପୁର, ଡମଣା ଛକ ନିକଟରେ ଜନସାଧାରଣ ଙ୍କୁ ସଚେତନ କରଯାଇଥିଲା । ଚାରି ଚକିଆ ଯାନ ଚାଳକ ଙ୍କୁ ଅନୁରୋଧ କରି କୁହାଯାଇଥିଲା ଗାଡ଼ି ଚାଳନା ସମୟରେ ସିଟ୍ ବେଲ୍ଟ ପିନ୍ଧନ୍ତୁ । ଦୁଇ ଚକିଆ ଯାନ ଚାଳକ ଙ୍କୁ ହେଲମେଟ ପିନ୍ଧି ବ୍ଲକ କରିଦେବାକୁ ସଚେତନ କରଯାଇଥିଲା । ଗାଡ଼ି ଚଳାଇବା ସମୟରେ ଫୋନ୍ ବ୍ୟବହାର କରନ୍ତୁ ନାହିଁ । ଏହିପରି ଭାବରେ ସଚେତନ କରା ଯାଇଥିଲା । ୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ପରିଚାଳିତ ” ଶିକ୍ଷା ପଥେ ଦିଶା ” ର ଛାତ୍ର ଛାତ୍ରୀ ଙ୍କ ସହଯୋଗ ଓ ରିନାରାଣୀ ନାୟକ ଙ୍କ ତତ୍ଵାବଧାନରେ ଏହି ସଚେତନତା ଅଭିଯାନ ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି ! ଫାଉଣ୍ଡେସନ ର ସଦସ୍ୟ ଚିର ଅନୁଭବ ନାୟକ, ପ୍ରଜ୍ଞା ପରିମିତା, ଜ୍ୟୋତି ମୁର୍ମୁ, ହେମଙ୍ଗିନି ହେମ୍ରମ , ରାମଚନ୍ଦ୍ର ଏବଂ ଭୂମିକା ସିଂ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

 

Exit mobile version