ଗଜପତି ଜିଲ୍ଲାର ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପ ଜାତୀୟ ସ୍ତରକୁ ଉନ୍ନୀତ ହେଲା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୋଷାଣୀ ବ୍ଲକ ରାଜୀବ ମେମୋରିଆଲ ଉଚ୍ଚ ବିଦ୍ୟାଳୟ, ଖରସଣ୍ଡl ତରଫରୁ ବାରିପଦାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇଥିବା “Women Safety Device – Communications & Transport ଜାତୀୟ ସ୍ତରକୁ ଯୋଗ୍ୟ ବିବେଚିତ ହୋଇଛି । ଏହି ପ୍ରକଳ୍ପ କଲିକତାରେ ହେଉଥିବା ଜାତୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନରେ ପ୍ରଦର୍ଶିତ ହେବାକୁ ଯାଉଛି । ଏହି ପ୍ରକଳ୍ପ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଜି . ରେନୁଶ୍ରୀ , ସହାୟିକା ଶିକ୍ଷୟତ୍ରୀ ମଧୁସ୍ମିତା ତ୍ରିପାଠୀ ପ୍ରଦର୍ଶିତ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ DSS ଆମ୍ପୋଲୁ ରବି କୁମାର୍ ,ସ୍କୁଲ ପ୍ରଧାନଶିକ୍ଷକ, ସ୍କୁଲ କର୍ମକର୍ତ୍ତା, ଗ୍ରାମବାସୀ, ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଜିଲ୍ଲାପାଳ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *