Site icon Awaj Media

ବାଣପୁର ଗସ୍ତରେ ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ : ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କଲେ ସମୀକ୍ଷା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗସ୍ତରେ ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବାଣପୁର ଗସ୍ତରେ ଆସି ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ । ଅଧ୍ୟକ୍ଷ ଙ୍କ ଗସ୍ତ ସୂଚୀ ଅନୁସାରେ ପ୍ରଥମେ ମା’ଭଗବତୀଙ୍କ ଦର୍ଶନ କରିବା ପରେ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଏତତ ବ୍ୟତୀତ ମା” ଭଗବତୀ ମନ୍ଦିର କର୍ମ କର୍ତାଙ୍କ ସହ ଆଲୋଚନା କରିବା ଶହ ପରବର୍ତ୍ତୀ ସମୟରେ ବାଣପୁରର ଐତିହାସିକ ପଲଟଣ ପଡିଆରେ ପହଞ୍ଚିଥିଲେ । ମା” ଭଗବତୀ ମନ୍ଦିର ଉନ୍ନତୀକରଣ ପାଇଁ ମିଳିିଥିବା ୩୩ କୋଟି ଓ ବାଣପୁର ଏନ୍ ଏ ସି ଠାରୁ ଆୟତପୁର ରାସ୍ତାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ସମୀକ୍ଷା କରି ରାସ୍ତାରେ ଜମୁଥିବା ପାଣି ନିଷ୍କାସନ ପାଇଁ ୨୬ କୋଟି ଟଙ୍କା ବ୍ୟୟରେ ଡ୍ରେନେଜର କାର୍ଯ୍ୟପାଇଁ ଅନୁଦାନ ଏକ ସପ୍ତାହ ମଧ୍ୟରେ ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ । ଏ ସମ୍ପର୍କରେ ମୂଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୀ ଅନୁଦାନ ତୁରନ୍ତ ଦିଆଯିବ । ବିଶେଷ କରି ମନ୍ଦିର, ମସଜିଦ୍, ଗିର୍ଜା ଓ କମ୍ୟୁନିଟ ସେଣ୍ଟର ମାନଙ୍କୁ ଶୀଘ୍ର କରାଯିବ । ଏପରିକି ଲକ୍ଷ୍ମୀ ବସ ଚଳାଚଳ ସହ ଚିକିତ୍ସାର ସୁବିଧା ସମସ୍ତ ହିତାଧିକାରୀଙ୍କୁ ମିଳିବ। ଏପରିକି ନାରୀ ସଶକ୍ତିକରଣ ସହ ଯୁବପୀଢିକୁ ସବୁକ୍ଷେତ୍ରରେ ଆଗକୁ ନେବା ସହ ଅଙ୍ଗନଓ୍ବାଡି, ଆଶା, ସିଆରପି, କେବିକେ ଓ ସମସ୍ତ ସହଯୋଗୀଙ୍କ ଦରମା ନିଶ୍ଚିତ ବୃଦ୍ଧି କରାଯିବାର ଘୋଷଣା ଯଥା ଶିଘ୍ର କରାଯିବ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୂଆ ଓ ଓଡିଶା ଗଠନ କରିବାର ସ୍ବପ୍ନ ଓଡିଶା ବାସୀଙ୍କ ଆଗେଇ ନେବା ସ୍ବପ୍ନ ସାକାର କରିବାକୁ ଜନ ସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ । ସଭା କାର୍ଯ୍ୟପରେ ମିଶନ ଶକ୍ତିର କାଫେ” ପରିଦର୍ଶନ କରି ଅନ୍ୟଏକ କାର୍ଯ୍ୟକ୍ରମକୁ ରଣପୁର ଯାଇଥିଲେ ।

Exit mobile version