Site icon Awaj Media

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାନୁଆରୀ ୧୨ ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଦିବସଟି ଜାତୀୟ ଯୁବ ଦିବସ ଭାବରେ ସରା ଭାରତରେ ପାଳିତ ହେଉଛି । ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଦର୍ଶନ ବିଭାଗ ଓ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାଣପୁର ବାଲୁଗାଁ ନଗର ଶାଖା ସୌଜନ୍ୟରେ ଏହି ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ସଭାପତିତ୍ୱ କରିଥିବା ବେଳେ ହିଞିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିବେକାନନ୍ଦ କେନ୍ଦ୍ର ବ୍ରହ୍ମପୁର ଶାଖାର ପଦାଧିକାରୀ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଅନେକ ଅଜଣା ତଥ୍ୟ ଉପସ୍ଥାପନା କରିବା ସହ ସ୍ଵାମୀଜୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସଫଳ ଜୀବନ ଯାପନ କରିବାପାଇଁ ସ୍ଵାମୀ ଜୀଙ୍କ ପ୍ରଦର୍ଶିତ ମାର୍ଗ ଅନୁକରଣ କରିବା ପାଇଁ ଉପଦେଶ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ ଦୁଇ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ପ୍ରଶାସନ ଅଧିକାରୀ ଡ଼ ଶୂର ପ୍ରତାପ ନରେନ୍ଦ୍ର ସିଂ ବର୍ମା,ସହ ପ୍ରଶାସନିକ ଅଧିକାରୀ ଡ଼ ସୁଜାତା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଅନୁ ପ୍ରାଣୀତ ହେବା ପାଇଁ ଉପଦେଶ ଦେଇଥିଲେ । ଦର୍ଶନ ବିଭାଗର ଅଧ୍ୟାପିକା ଶ୍ରୀମତୀ ଅନୀତା ଦଳେଇ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗୀୟ ମୂଖ୍ୟ ଶ୍ରୀଯୁକ୍ତ ରାଧାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ହିଟଲର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ମହାବିଦ୍ୟାଳୟର ଅନେକ କର୍ମଚାରୀ , ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ବୈରାଗୀ ଚରଣ ବଳ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

Exit mobile version