କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଳାପଥର ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର , ଯୋଗଦେଲେ ସ୍ଥାନୀୟ ବିଧାୟକ ! କଟକ ଜିଲ୍ଲା ର ବାଙ୍କୀ କଳାପଥର ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପ୍ରଥମ କରି ଇଫକୋ ଓ ମୋ ଓଡିଶା ଜୀବନ ବିନ୍ଦୁ ର ମିଳିତ ଉଦ୍ୟମ ରେ ଅନୁଷ୍ଠିତ ହୋଇଯାଇଛି ମେଗା ରକ୍ତଦାନ ଶିବିର ! ଯାହାକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ! ସେପଟେ ପ୍ରଥମ ପ୍ରଚେଷ୍ଟା ରେ ଦେଢ଼ ଶହ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ ରହିଥିବାର ସୂଚନା ଦେଲେ ସମିତି ସମ୍ପାଦକ ମିର୍ଜା ଅନୱର ଅଲି ବେଗ ! ଆଗାମୀ ଦିନ ରେ କିଭଳି ରକ୍ତ ବିନା କାହାର ଜୀବନ ନ ଯାଉ ସେ ନେଇ ସ୍ଥାନୀୟ ଜୀବନ ବିନ୍ଦୁ ସ୍ବେଛାସେବୀ ଓ ରେଡ଼କ୍ରସ ଓ ଚାଷୀ ମାନଙ୍କ ସହଯୋଗ ରେ ଏହି ରକ୍ତଦାନ କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବ ବୋଲି ଇଫକୋ ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି !


