Site icon Awaj Media

ବିଜେପି ପକ୍ଷରୁ ବଡମ୍ବା ବ୍ଲକ ଘେରାଉ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବିଜେପି ପକ୍ଷରୁ ବଡମ୍ବା ବ୍ଲକ ଘେରାଉ ! ଜନସାଧାରଣ ଙ୍କ ନିମନ୍ତେ ସରକାର ଯୋଗେଇ ଦେଉଥିବା ସବୁ ପ୍ରକାର ସୁବିଧାକୁ ଓଡିଶା ସରକାର ହାଇଯାକ କରୁଥୁବା ବେଳେ ବିଜେଡି କର୍ମୀମାନେ ସ୍ଥାନୀୟ ପ୍ରଶାସନ ସହ ମଧୁଚନ୍ଦ୍ରିକା କରି ବାଟବଣା କରୁଥିବା ନେଇ ବିଜେପି ଅଭିଯୋଗ କରିଛି । ଜନସାଧାରଣ ଙ୍କୁ ସ୍ୱଚ୍ଛ ପାନୀୟ ଜଳ, ଗମନାଗମନ ପାଇଁ ରାସ୍ତା, ପ୍ରଧାନମନ୍ତ୍ରୀ ଆବାସ, ଚାଷ ଜମିକୁ ଜଳସେଚନ ଆଦି ବିଭିନ୍ନ ବିଭାଗ ରେ ବଡମ୍ବା ବ୍ଲକ ପକ୍ଷରୁ କୌଣସି କାର୍ଯ୍ୟ କରାଯାଇ ନାହିଁ ବୋଲି ବିଜେପି ନେତା ସମ୍ବିତ ତ୍ରିପାଠୀ ଦାବି କରି ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଜେପି ର ଆଗ ଧାଡ଼ିର ସମସ୍ତ ନେତୃତ୍ୱ ଯୋଗ ଦେଇଥିଲେ । ଆଗାମୀ ୭ ଦିନ ମଧ୍ୟରେ ଏହି ପତ୍ର ମାଧ୍ୟମରେ ଯେଉଁ ତ୍ରୁଟି ଦର୍ଶାଇ ଦାବି କରାଯାଇଛି ଯଦି ପୂରଣ କରିବା ପାଇଁ ଦୃଷ୍ଟି ଦିଆ ନଯାଏ , ତେବେ ଆଗାମୀ ଦିନରେ ଦାବି ଜୋର ଧରିବା ସହ ଆଇନ ଅମାନ୍ୟ ଆନ୍ଦୋଳନ କୁ ବିଜେପି ଓଲ୍ହାଇବ ବୋଲି ମିଡ଼ିଆ ସଂଯୋଜକ ନିରଞ୍ଜନ ଶତପଥି ଚେତାବନୀ ଦେଇଛନ୍ତି ।

Exit mobile version