Site icon Awaj Media

ବିଞ୍ଝାରପୁର ବ୍ଲକ ପ୍ରାଥମିକ କୃଷି ସମବାୟ ସମିତିର ସମ୍ବର୍ଦ୍ଧନା ସଭା !!!

Spread the love

ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ବିଞ୍ଝାରପୁର ବ୍ଲକର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ସମ୍ବର୍ଦ୍ଧନା ସଭାରେ ବିଞ୍ଝାରପୁର ବ୍ଲକର ସମସ୍ତ ସମିତିର କର୍ମଚାରୀ , ସମ୍ପାଦକ, ସଭାପତି ଓ ବୋର୍ଡ ସଭ୍ୟ ମାନେ ଯୋଗ ଦେଇଥିଲେ । ଏହି ସଭାରେ ବିଞ୍ଝାରପୁର ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ନନ୍ଦକିଶୋର ସାମଲ ମୁଖ୍ୟ ବକ୍ତା ଓ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ବିକାଶ ତଥା କୃଷକ ମାନଙ୍କ ବିକାଶରେ ସମବାୟ ସମିତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ସମବାୟ ସମିତି ତଥା ତାହାର କର୍ମଚାରୀ ମାନଙ୍କ ସମସ୍ୟା ବାବଦରେ ଅବଗତ ହୋଇଥିଲେ । ଏହି ସଭାରେ ବିଞ୍ଝାରପୁର ପଞ୍ଚାୟତ ସମିତିର ଅଧକ୍ଷ, ବିଞ୍ଝାରପୁର କଟକ ସମବାୟ ବ୍ୟାଙ୍କର ଶାଖା ପରିଚାଳକ, କ୍ଷେତ୍ରପାଳ, ଯାଜପୁର ଜିଲ୍ଲା ସମବାୟ ବିଭାଗର ଉପ ନିବନ୍ଧକ ପ୍ରଭୃତି ଯୋଗ ଦେଇଥିଲେ । ନିକଟ ଅତୀତରେ ସମିତିରୁ ଅବସର ନେଇଥିବା କର୍ମଚାରୀ ମାନଙ୍କୁ ସମର୍ଦ୍ଧନା ଦିଆଯାଇଥିଲା ।

Exit mobile version