Site icon Awaj Media

କାଳିଜାଇ ମକର ମେଳା ଭଜନ ସମାରୋହ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାର ଅଧିଷ୍ଠାତ୍ରୀ ତଥା ପାରିକୁଦର ଇଷ୍ଟଦେବୀ ମା କାଳିଜାଇଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ମେଳା ମହୋତ୍ସବ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅହୋରାତ୍ର ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାରୋହକୁ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କନ୍ଦାଖାଇ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ପୁରୀ ସମେତ ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କଳାକାର ମାନେ ଅଂଶ ଗ୍ରହଣ କରିଥିଲେ । ତତ ସହିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାଳିଜାଇ ସାଂସ୍କୃତିକ ପରିଷଦର ଶିକ୍ଷାବିତ ଶୁଭାଶିଷ ତ୍ରିପାଠୀ, ବିଜୟ କୁମାର ଜେନା, ନାଲୁ ପାହାଣ,ସୁଶାନ୍ତ କୁମାର ଭରିମଲ,ବାସୁଦେବ ଦଳେଇ,ବାଙ୍କନିଧି ପ୍ରଧାନ,ନରେନ୍ଦ୍ର କୁମାର ବେହେରା,ଯୁବ କବି ମନୋଜ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠାନର ଆତିଥ୍ୟ ଗ୍ରହଣ କରି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ,ପାରିକୁଦ ମାଟିର ପୁଅ ଖୋର୍ଦ୍ଧା ଜିଲ୍ଲାର ଜଣାଶୁଣା ଦକ୍ଷ ପୋଲିସ ଅଫିସର ସଞ୍ଜୟ କୁମାର ପଟ୍ଟନାୟକ, ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ରଶ୍ମିତା ଜେନା ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସlହିତ କରିଥିଲେ । କୃତି ପ୍ରତିଯୋଗିଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।

Exit mobile version