Site icon Awaj Media

ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେମ’ ତରଫରୁ ଶିଶୁଯତ୍ନ ଓ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିୟନ ବ୍ୟାଙ୍କ RSETI ର କନଫେରେନ୍ସ ହଲ ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେମ୍ ତରଫରୁ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରେମ୍ ଅନୁଷ୍ଠାନର ସଭାପତି ଜାକୋବ ଥୁଣ୍ଡେଲଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ସମ୍ମାନିତ ଅତିଥି ରୂପେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମରିୟମ୍ ରଇତ, ଗୁମ୍ମା ବ୍ଲକର ସୁନେମୀ ମଣ୍ଡଳ, ଗଜପତି ମହିଳା ସମବାୟର ସିଇଓ ଏ. ପଦ୍ମରାଜ ମଂଚାସୀନ ଥିଲେ। ବକ୍ତାମାନେ ଶିଶୁ ସୁରକ୍ଷା ଓ ଯତ୍ନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସରକାରୀ ଓ ବେସରକାରୀ ତଥା ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କର ଭୂମିକାକୁ ଗୁରୁତ୍ବ ଦେଇଥିଲେ।ଶିଶୁ ଶ୍ରମିକ ତଥା ବାଲ୍ୟବିବାହ ପରି ଅନ୍ଧବିଶ୍ୱାସ ଠାରୁ ଦୂରେଇ ସମାଜ ଗଠନରେ ଅଭିଭାବକ ମାନଙ୍କ ଭୂମିକାକୁ ପ୍ରାଧାନ୍ଯ ଦେଇଥିଲେ।ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା କୁନ୍ତଳା ମଲ୍ଲିକ,ଜିଲ୍ଲା ପରିଷଦର ସଭ୍ୟ ଚନ୍ଦ୍ରଶେଖର ମଲ୍ଲିକ,ରେଗିଡି ସରପଞ୍ଚ ଆବୋଲ ମଣ୍ଡଳ,ବ୍ରୁଷଭ ପଞ୍ଚାୟତ ସମିତି ସଭ୍ୟ ବୁଲୁ ରଇତ, ସିସିଡି ଅନୁଷ୍ଠାନର ସଂପାଦକ ଏ. ଜଗନ୍ନାଥ ରାଜୁ, ସମାଜସେବୀ ଭାଗବତ ପାଢୀ, ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧିକାରୀ ଆଦ୍ୟାଶ୍ରୀ ରାଉତ,ଜରୁରୀକାଳୀନ ବିଭାଗର ପ୍ରଦୋଶ ଶତପଥୀ,ଶିଶୁ ସୁରକ୍ଷା ୟୁନିଟର ଜୟପ୍ରକାଶ ବାଡତ୍ୟା,ମହିଳା ଓ ଶିଶୁ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ କେ. ସୁନୀତା ନିଜ ନିଜର ମନ୍ତବ୍ୟ ରଖିଥିଲେ। ସୁଧୀର ଡିଗଲ ଏହାକୁ ପରିଚାଳନା କରିଥିଲେ ତଥା ରତନ ମିଶ୍ର ଓ ସୁଶାନ୍ତ ପ୍ରହରାଜ ସହଯୋଗ କରିଥିଲେ।ଶେଷରେ ସଂଯୁକ୍ତା ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ।ଜିଲ୍ଲାର ବିଭିନ୍ନ ବ୍ଲକରୁ ନିର୍ବାଚିତ ପ୍ରତିନିଧି ତଥା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦାନ କରିଥିଲେ।

Exit mobile version