ନାତିଡ଼ି କପ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତାଳଚେର ବ୍ଲକ ନାତିଡ଼ି ଗ୍ରlମ ରେ ନାତିଡ଼ି କପ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ! ଏଥିରେ 16 ଟି ଦଳ ଅଂଶ ଗହଣ କରିଥିଲେ ! ଫାଇନାଲ ମ୍ୟାଚ କନ୍ୟାବେଡା ଓ ସୌଭାଗ୍ୟନଗର ମଧ୍ୟରେ ହେଇଥିଲା , ଏଥିରେ କନ୍ୟାବେଡା ବିଜୟୀ ହୋଇଥିଲା ! ତେବେ ବିଜୟି କନ୍ୟାବେଡା ଦଳକୁ ଟ୍ରଫି ସହ 22 ହଜାର 21 ଟଙ୍କା ଓ ରନର୍ସ ଅପ ସୌଭାଗ୍ୟନଗର ଦଳକୁ 14 ହଜାର14 ଟଙ୍କା ସହ ଟ୍ରଫି ପ୍ରଦାନ କରାଯଇଥିଲା ! ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉତ୍ସର୍ଗ କଲ୍ୟାଣ ସେବା ର ପ୍ରତିଷ୍ଠାତା ସରୋଜ କୁମାର ସାହୁ, ନାତିଡ଼ି ଗାମର ସଭାପତି ଶଶାଙ୍କ ଶେଖର ସାମଲ, ସଂପାଦକ ପ୍ରେମାନନ୍ଦ ଗଡ଼ନାୟକ, ସମାଜସେବୀ ଲିପୁନା ଭୁକ ଅତିଥି ଭାବେ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ ଆୟୋଜନରେ ନାତିଡ଼ି ଗ୍ରlମ ଶକ୍ତି କ୍ରିକେଟ କ୍ଲବ ର ସଭାପତି ଆନନ୍ଦ ସାହୁ ଓ ସମସ୍ତ ସଦ୍ୟସ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *